
ଭୁବନେଶ୍ୱର- ଦୁର୍ନୀତିଖୋର ବାବୁଙ୍କ ବିରୋଧରେ ନୂଆ ସରକାରଙ୍କ କଡା ଆଭିମୁଖ୍ୟ । ଗତ 8 ମାସରେ 50 ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ମୋଟ 117 କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିବା ବେଳେ 11 ଜଣ ଅଧିକାରୀଙ୍କୁ ନିକଟରୁ 4 କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଗହଣା, ଘର, ପ୍ଲଟ ଜବତ ହୋଇଛି । 13 ଟି ମାମଲାରେ ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ 9 ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ରାଜ୍ୟରେ ମୋଟ 3 ହଜାର 692 ଟି ଭିଜିଲାନ୍ସ ମାମଲା ବିଚାରଧୀନ ରହିଛି ।