
ଭୁବନେଶ୍ୱର– ରାଜ୍ୟରେ ବଢିଛି ଅପରାଧିକ କାର୍ଯ୍ୟକଳାପ । ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧,୯୯,୯୫୪ ଗୋଟି ଧର୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିବା ସ୍ଥଳେ ୨୦୨୪ ମସିହାରେ ୨,୧୪,୧୧୩ ଗୋଟି ଧର୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଅଛି । ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଥିବା ଏଥିରୁ ଜଣାପଡିଛି । 2023ରେ 16,851ଟି ଚୋରି ମାମଲା, 11992 ଦୁର୍ଘଟଣା, 2826 ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ 2024ରେ 17805 ଚୋରି, 12375 ଦୁର୍ଘଟଣା ଓ 3054 ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।