
ଭୁବନେଶ୍ୱର– ମୋ ବସ ଘଟାଉଥିବା ଦୁର୍ଘଟଣା କୁ ନେଇ ଶୂନ୍ୟ କାଳ ରେ ଗୃହ ରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ବିଜେଡି ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଏହା ମୋ ବସ ନା ମର୍ଡର ବସ ବୋଲି ସେ ପ୍ରଶ୍ନ କରିଛନ୍ତି । ମୋ ବସ ଡ୍ରାଇଭର ଙ୍କ ସ୍କିଲ ଟେଷ୍ଟ ଠିକ ଭାବେ କରାଯାଉଛି ନା ନାହିଁ ବୋଲି ସୋଫିଆ ପ୍ରଶ୍ନ କରିଛନ୍ତି । ସେହିପରି ସମାନ ରାସ୍ତା ରେ ଘରୋଇ ବସ କମ ଦୁର୍ଘଟଣା ଘଟାଉଥିବା ବେଳେ ମୋ ବସ ଦ୍ୱାରା କାହିଁକି ଅଧିକ ଦୁର୍ଘଟଣା ଘଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମୋ ବସ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ କ୍ଷତି ଭରଣା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।