
ପୁରୀ– ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଲାଗିବ ଏଆଇ କ୍ୟାମେରା । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ଏହା ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଂଟ ନିମନ୍ତେ ସହଯୋଗ କରିବ । ଜାତୀୟ ରାଜପଥ ସହିତ ବଡଦାଣ୍ଡରେ କ୍ୟାମେରା ଲଗାଇବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରୟାଗରାଜ କୁମ୍ଭମେଳାରେ ଏଆଇ କ୍ୟାମେରାର ସଫଳତା ପରେ ପୁରୀ ରଥଯାତ୍ରାରେ ଏହି ବ୍ୟବସ୍ଥା କରିବାକୁ ଚିନ୍ତା କରାଯାଇଥିଲା ।