
ପୁରୀ- ଆଜି ସକାଳୁ ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ପଡ଼ିଥିବା ଦୃଷ୍ଟିକୁ ଆସିବାରୁ ଶ୍ରୀଜୀଉମାନଙ୍କୁ ବଡମହାସ୍ନାନ କରାଯାଇଛି | ସକାଳ ପ୍ରାୟ ସାଢେ ୭ଟା ରେ ଭିତରକାଠ ଦର୍ଶନ ଚାଲୁ ରହିଥିଲା | ଏହାପରେ ଅବକାଶ ପୂଜା ନୀତି ଶେଷ ପରବର୍ତ୍ତୀ ନୀତି ତଡ଼ପ, ମଇଲମ ହୋଇ ବେଶ ସମୟ ବେଳକୁ ରକ୍ତ ପଡିବା ଦୃଷ୍ଟିଗୋଚର ହେବାରୁ ମହାପ୍ରଭୁଙ୍କୁ ବଡ଼ମହାସ୍ନାନ କରାଯାଇଥିଲା |
ସକାଳ ୯ଟା ୧୦ ମି. ରେ ଧୁଆ ଧୋଇ ହୋଇ ଚୂନ ପାଣି ପଡ଼ିଥିଲା | ଗଭା ମଇଲମ ଓ ସିଂହାସନ ଧୁଆ ୯ଟା ୧୫, ମହାସ୍ନାନ ପୂଜା ୯ଟା ୨୦
ମହାସ୍ନାନ ପୂଜା ଶେଷ ୯ଟା ୨୫, ବେଶ ଶେଷ ୧୦ଟା ୪୦, ସୂର୍ଯ୍ୟ ପୂଜା ୧୧ଟା ୫, ଦ୍ଵାର ପାଳ ପୂଜା ୧୧ଟା ୨୫ ରେ ଅନୁଷ୍ଠିତ ହୋଇଥିଲା | ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା | ନୀତି ପରେ ଦର୍ଶନ ଆରମ୍ଭ ହୋଇଛି |