
ମହାକୁମ୍ଭନଗର, ମହାକୁମ୍ଭରେ ପଡିଥିବା ଓଡିଓପି ପ୍ରଦର୍ଶନୀରୁ ସାମଗ୍ରୀ କିଣିଲେ କେନ୍ଦ୍ରମନ୍ତ୍ରୀ -ମହାକୁମ୍ଭରେ ଆୟୋଜିତ ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀରେ ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଂଚି କୁଶୀନଗର ଜିଲ୍ଲାର ପ୍ରସିଦ୍ଧ କଦଳୀ ରଶିରୁ ପ୍ରସ୍ତୁତ କାଲୀନ କିଣିଛନ୍ତି ଏବଂ ଏହାର ଗୁଣବତ୍ତାର ବେଶ୍ ପ୍ରଶଂସା କରିଛନ୍ତି ।ସେ କହିଛନ୍ତି ଯେ, ଉତର ପ୍ରଦେଶ ସରକାରଙ୍କ ଏହି ଯୋଜନା ନା କେବଳ ସ୍ଥାନୀୟ କାରିଗରଙ୍କୁ ସଶକ୍ତ କରୁଛି ବରଂ ବୈଶ୍ୱିକ ସ୍ତରରେ ରାଜ୍ୟର ଉତ୍ପାଦକୁ ନୂଆ ପରିଚୟ ଦେଉଛି ।
ଧର୍ମେନ୍ଦ୍ର ପ୍ରଧାନ ଓଡିଓପି ଯୋଜନାର ପ୍ରଶଂସା କରି କହିଛନ୍ତି ଯେ, ଏହି ପଦକ୍ଷେପ ସ୍ଥାନୀୟ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଏହି ଯୋଜନା ନା କେବଳ କାରିଗର ଓ ଛୋଟ ଉଦ୍ୟମୀଙ୍କୁ ସଶକ୍ତ କରୁଛି ବରଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ବି ସୁଦୃଢତା ପ୍ରଦାନ କରୁଛି । ଏବେ ୟୁପିଆଇ ପରି ଡିଜିଟାଲ ବ୍ୟବସ୍ଥା ଯୋଗୁ କାରିଗରଙ୍କୁ ସିଧା ସେମାନଙ୍କ ଉତ୍ପାଦକୁ ଉଚିତ ମୂଲ୍ୟ ମିଳୁଛି, ଯାହାଦ୍ୱାରା ବ୍ୟବସାୟରେ ପାରଦର୍ଶିତା ଓ ସୁଗମତା ଆସିଛି । ମହାକୁମ୍ଭର ଆୟୋଜନରୁ ରାଜ୍ୟର ପ୍ରତି ଜିଲ୍ଲାର ବିଶିଷ୍ଟ ଉତ୍ପାଦକୁ ବ୍ୟାପକ ପରିଚୟ ମିଳୁଛି, ଯାହାଦ୍ୱାରା ସ୍ଥାନୀୟ କାରିଗର ଓ ଉଦ୍ୟମଙ୍କୁ ବଡ ବଜାର ଉପଲବ୍ଧ ହେଉଛି । ଏହି ପ୍ରୟାସ ଭାରତର ଆତ୍ମନିର୍ଭରତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ଏବଂ ଆଗାମୀ ସମୟରେ ଏହାଦ୍ୱାରା ରାଜ୍ୟର ଲକ୍ଷଲକ୍ଷ କାରିଗରଙ୍କୁ ଆର୍ଥିକ ଦୃଢତା ମିଳିବ ।