
ଚଣ୍ଡିଗଡ- ପଂଜାବ ପୋଲିସ ଆମେରିକାରୁ ଡିପୋର୍ଟ ହୋଇ ଶନିବାର ରାତିରେ ଫେରିଥିବା ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଦୁଇଜଣ ଯୁବକ ପରସ୍ପର ମଧ୍ୟରେ ସଂପର୍କୀୟ ଭାଇ । ଏମାନଙ୍କ ଉପରେ ପଂଜାବରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହାପରେ ଉଭୟେ ଡଙ୍କି ରୁଟରେ ଆମେରିକା ଯାଇଥିଲେ ।
ପଟିଆଲ ପୋଲିସ ଅଧିକାରୀଙ୍କ ମୁତାବକ ଉଭୟଙ୍କ ବିରୁଦ୍ଧରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା । ଏମାନଙ୍କ ବିରୁଦ୍ଧରେ ଲୁକ୍ ଆଉଟ ନୋଟିସ ବି ଜାରି ହୋଇଥିଲା । ଏମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ ।