
ନୂଆଦିଲ୍ଲୀ– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସପତ୍ନୀକ ମହାକୁମ୍ଭର ପ୍ରୟାଗ ସଙ୍ଗମରେ ବୁଡ ପକାଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାକୁମ୍ଭ, ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଓ ଆମ ଶାଶ୍ୱତ ପରମ୍ପରାର ଜୀବନ୍ତତାର ପ୍ରମାଣ ଅଟେ ।
ମାଆ ଗଙ୍ଗା, ମାଆ ଯମୁନା ଓ ମାଆ ସରସ୍ୱତୀଙ୍କ ଦିବ୍ୟ ଧାରାର ସଙ୍ଗମରେ ସପରିବାର ଆସ୍ଥାର ବୁଡ ଲଗାଇବା ମୋର ଅସୀମ ସୌଭାଗ୍ୟ ଅଟେ । ଏକତାର ମହାକୁମ୍ଭରେ ଅମୃତ ସ୍ନାନ ମୋ ପାଇଁ ଅବିସ୍ମରଣୀୟ ଅନୁଭୂତି ଅଟେ । ମାଆ ଗଙ୍ଗା ସମସ୍ତଙ୍କ କଲ୍ୟାଣ କରନ୍ତୁ, ଏହାହିଁ କାମନା ଅଟେ । ହର ହର ଗଙ୍ଗେ ।