
ଗଞାମ– ଗଞ୍ଜାମ ଜିଲାରେ ଜାଲ ଶିକ୍ଷା ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ମାମଲାର ପୁଣି ତଦନ୍ତ ଆରମ୍ଭ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଡାଇରେକ୍ଟର ଅଫଏଲିମେଣ୍ଟାରୀ ଏଜୁକେଶନ ଓଡ଼ିଶା ତରଫରୁ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଆସିଛି। ଜାଲ ଶିକ୍ଷା ପ୍ରମାଣପତ୍ର ଦେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ଶତାଧିକ ପ୍ରାଥମିକ ଶିକ୍ଷକତା କରୁଛନ୍ତି। ତେବେ ତାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଆସିଛି। ସେହି ରିପୋର୍ଟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵ ବୋଲି ବିଭାଗୀୟ ଯୁଗ୍ମ ନିର୍ଦେଶକ ଚିଠି କରିଛନ୍ତି। ଏ ଚିଠି ଆସିବା ପରେ ଜାଲ ଶିକ୍ଷକ ମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଅଛି ।