
ଗଞାମ– ଆସନ୍ତା ୧୯ ତାରିଖରୁ ସମ୍ଭାବ୍ୟ ଵର୍ଷା ହେବା ସମ୍ପର୍କରେ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିବା ପରେ ଗଞ୍ଜାମ ଜିଲ୍ଲା ର ପିତଳ ଅଞ୍ଚଳର ଚାଷୀଙ୍କ ମନରେ ଛନକା ପଶିଛି। କାରଣ ଏ ଅଞ୍ଚଳର ଚାଷୀ ମାନେ ଧାନ ମଣ୍ଡିକୁ ଦେବା ପାଇଁ ବସ୍ତା ବାନ୍ଧି ଘରଵାହାରେ ଓ ଖଳାରେ ରଖିଛନ୍ତି। ଵର୍ଷା ହେଲେ ଧାନ ବସ୍ତା ଭିଜି ନଷ୍ଟ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ମିଲରମାନେ ଧାନ ନେଵା କାର୍ଯ୍ୟ ତ୍ୱରାନ୍ୱିତ କରୁନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଚାଷୀ ମାନଂକ ଅମଳଧାନ ମଣ୍ଡିକୁ ନେବାପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।