
ମହାକୁମ୍ଭନଗର-ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ରେଲୱେ ଷ୍ଟେସନରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ସୁଚନାଯୋଗ୍ୟ ଯେ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଶନିବାର ରାତି ପ୍ରାୟ 9:26 ସମୟରେ ଦଳାଚକଟାରେ 18ଜଣଙ୍କ ମୃତ୍ୟୁ ଘଟିଛି।ସେଥିମଧ୍ୟରୁ 14ଜଣ ମହିଳା ଏବଂ 3ଜଣ ଶିଶୁ ଅଛନ୍ତି। 25ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି।
ରବିବାର ଦିନ ତୀର୍ଥରାଜ ପ୍ରୟାଗରେ‘’କୁମ୍ଭ କି ଆସ୍ଥା” ଏବଂ ‘’ଜଳବାୟୁ ପରିବର୍ତ୍ତନ ‘’ସମ୍ମିଳନୀକୁଉଦଘାଟନ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ବଡ,ସ୍ୱଭାବିକ ଭାବରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଜିଜ୍ଞାସା ମଧ୍ୟ ରହିଛି। ଗତକାଲି ଦୁର୍ଭାଗ୍ୟବଶତଃ ନୁଆଦିଲ୍ଲୀ ରେଲୱେ ଷ୍ଟେସନରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଛି।ମୁଁ ଏହି ଅବସରରେ ସମସ୍ତ ପୁଣ୍ଣ୍ୟାତ୍ମାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।କାର୍ଯ୍ୟକ୍ରମରେ ଯୋଗଦେବା ପୁର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ମହାକୁମ୍ଭ ଅଞ୍ଚଳର ବିମାନ ସର୍ବେକ୍ଷଣ କରିଛନ୍ତି।