ଭୁବନେଶ୍ୱର – ଓଡିଶାରେ କରୋନା ଭାଇରସ୍ ମୁକାବିଲା ପାଇଁ ନିଆଯାଇଥିବା ପ୍ରତିଷେଧକମୂଳକ ବ୍ୟବସ୍ଥା ସମ୍ପର୍କରେ ଜାଣିବାପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶାର ସ୍ୱାସ୍ଥ୍ୟ ସଚିବଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ସ୍ୱାସ୍ଥ୍ୟ ସଚିବ ନିକୁଂଜ ବିହାରୀ ଧଳ କହିଛନ୍ତି ଯେ ଏହି ରୋଗକୁ ମୁକାବିଲା କରିବାପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ସେସମ୍ପର୍କରେ ବିସ୍ତୃତ ଭାବେ ଜଣାଇ ଦିଆଗଲା । ମାଲେସିଆରୁ ଆସିଥିବା ଦୁଇ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଯେଉଁମାନଙ୍କର କାଶ ବା ଥଣ୍ଡା ହେଉଛି ସେମାନଙ୍କର ରକ୍ତ ପରୀକ୍ଷା କରାଯିବ । ଏସସିବି ଓ ଆରଏମଆରସିରେ ରକ୍ତ ପରୀକ୍ଷା କରାଯାଉଛି । ଏଥିପାଇଁ ଓଡିଶାବାସୀ ଭୟଭୀତ ହେବାର କାରଣ ନାହିଁ ।
Related Stories
November 25, 2024