
ଜୟପୁର, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଦିନ ଦିପ୍ରହାରରେ ଲୁଟ । ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୁଟ ଶିକାର ହୋଇଛନ୍ତି । ବୋଡ଼ିଗାଁ ପଞ୍ଚାୟତର ପିଇଓଙ୍କ ଠାରୁ ୮ଲକ୍ଷ ୫୯ ହଜାର ୩୦୦ ଟଙ୍କା ଲୁଟି ନେଲେ ୬ଦୁର୍ବୁତ୍ତ। ବୋଡିଗାଁ ପିଇଓ ଅର୍ଜୁନ ପାତ୍ର ଙ୍କୁ ଛୁରୀ ଦେଖାଇ ଟଙ୍କା ବେଗ ନିଛାଟିଆ ରତାଲି ରାସ୍ତା ନିକଟରେ ଲୁଟ ହୋଇଛି । ପିଇଓ ଜଣକ ଆଜି ବ୍ଲକ କାର୍ଯ୍ୟାଳୟ ରୁ ଟଙ୍କା ଧରି ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଉଥିଲେ । ୬ ଜଣ ଦୃର୍ବୁତ୍ତ ୩ଟି ବାଇକ୍ କୁ ରତାଳି ରାସ୍ତା ମଝିରେ ରଖି ପି ଈ ଓ ଙ୍କ ବାଇକ୍ କୁ ଅଟକାଇ ଥିଲେ । ପିଇଓ ବାଇକ୍ ଅଟକକିବା କ୍ଷଣି ଛୁରୀ ଦେଖାଇ ଆକ୍ରମଣ କରି ତାଙ୍କ ଟଙ୍କା ବେଗ ଝାମ୍ଫି ନେଲେ । ସେଠାରୁ ଖସିବା ପାଇଁ ପିଇଓ ଙ୍କ ବାଇକ ଜମି ତଳ କୁ ଠେଲି ଦେଲେ ଓ ପି ଇଓ ଙ୍କ ଫୋନ୍ ଫୋଫାଡି ଦେଇ ଚମ୍ପଟ ମାରିଲେ ଦୃର୍ବୁତ୍ତ । ଖବର ପାଇ ବୋଡ଼ିଗାଁ ସରପଂଚ କରୁଣା ବଡନାୟକ ,ସ୍ଥାନୀୟ ଲୋକ ପହଞ୍ଚି ପିଇଓ ଙ୍କ ବାଇକ ଏବଂ ଫୋନ୍ ଉଦ୍ଧାର କରି ପୋଲିସ ଏବଂ ବୋରିଗୁମ୍ମା ବିଡ଼ିଓଙ୍କୁ ଖବର ଦେଇଛନ୍ତି । ସେପଟେ ଘଟଣା ସ୍ତଳରେ ବି ସିଂହପୁର ପୋଲିସ ପହଞ୍ଚି ଘଟଣାର ଛାନ ଭିନ ଆରମ୍ଭ କରିଛି ।