
ଜୟପୁର, ଅବ୍ୟବସ୍ଥା ଘେରରେ କୋରାପୁଟ ଜିଲ୍ଲାର ବୈପାରୀଗୁଡାର ମିନରବାଲି ପ୍ରାଥମିକ ସେବାଶ୍ରମ l ଜଣେ ଶିକ୍ଷକଙ୍କ ଭରସାରେ ଚାଲିଛି ଶିକ୍ଷାଦାନ l ପିଲାଙ୍କ ଭବିଷ୍ୟତ ସହ ଚାଲିଛି ଖେଳ l ଶିକ୍ଷକ ନିଯୁକ୍ତି ନ ହେଲେ ସ୍କୁଲରେ ତାଲା ଝୁଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ l
ବୈପାରୀଗୁଡା ମିନରବାଲି ପ୍ରାଥମିକ ସେବାଶ୍ରମରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା l ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଇଁ ପିଲା ପାଠ ପଢୁଛନ୍ତି ହେଲେ ଶିକ୍ଷା ଦାନ ପାଇଁ ଏଠି ଅଛନ୍ତି ଜଣେ ମାତ୍ର ଶିକ୍ଷକ l ତିଆରି ହୋଇଛି ସୁନ୍ଦର ଶ୍ରେଣୀ ଗୃହ, ହେଲେ ଶିକ୍ଷକ ଅଭବରୁ ଶ୍ରେଣୀ ଗୃହରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି l କେବଳ ୨ ଟି କୋଠରୀରେ 46 ଜଣ ପିଲାଙ୍କୁ ନେଇ ଶିକ୍ଷା ଦାନ କରୁଛନ୍ତି ଶିକ୍ଷକ ଜଣକ l ବର୍ଷ ବର୍ଷ ଧରି ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ବିଦ୍ୟାଳୟ ଛାଡ଼ୁଛନ୍ତି ପିଲା l ମାନସିକ ଚାପରେ ଜଣେ ଶିକ୍ଷକ l ପିଲାଙ୍କ ପାଠ ପଢା ଦାୟିତ୍ୱ, ଅଫିସ କାର୍ଯ୍ୟ, ହଷ୍ଟେଲ ପିଲାଙ୍କ ଭଲମନ୍ଦ ବୁଝିବା ଏବଂ ବିଦ୍ୟାଳୟର ଅନ୍ୟନ୍ୟ ସମସ୍ୟା କୁ ନେଇ ଚିନ୍ତାରେ ଶିକ୍ଷକ l ଯାହାକି ପାଠ ପଢା ଠପ ହୋଇଯାଉଛି l ଶିକ୍ଷକ ଅଭାବ ଯୋଗୁଁ ନାହିଁଥିବା ଅସୁବିଧା ସମ୍ମୁଖୀନ ହେଉଛୁ ବୋଲି କହିଛନ୍ତି ଶିକ୍ଷକ ପ୍ରଫୁଲ କୁମାର ମୁଦୁଲି l ମିନରବାଲି ପ୍ରାଥମିକ ସେବାଶ୍ରମରେ ଶିକ୍ଷକ ଅଭାବକୁ ନେଇ ଚିନ୍ତାରେ ୬ ଖଣ୍ଡ ଗ୍ରାମବାସୀ l ମିନରବାଲି, ଡୁମୁରୀଗୁଡା, କୁଦାଲଗୁଡା , ଗୁଣ୍ଡିଲିଆଗୁଡା, କଲୋନୀଗୁଡା, ପାଣ୍ଡ୍ରିଗୁଡା ,ସାପଗୁଡା ଆଦି ଗାଁର ପିଲା ଏଠାରେ ରହିବେ ଏବଂ ପଢ଼ିବେ l ଏଥିପାଇଁ ସ୍କୁଲରେ ହଷ୍ଟେଲ ବ୍ୟବସ୍ଥା ମଧ୍ୟ ଅଛି କିନ୍ତୁ ଏହି ସେବାଶ୍ରମରେ ଶିକ୍ଷକ ଅଭବ ଯୋଗୁଁ ପିଲା ସଂଖ୍ୟା କମୁଛି l ଏ ସମସ୍ୟାକୁ ନେଇ ବହୁବାର ଗ୍ରାମବାସୀ ଦାବୀ କରିଆସୁଛନ୍ତି କିନ୍ତୁ କେହି ଶୁଣୁନାହାନ୍ତି l ଶିକ୍ଷକ ନିଯୁକ୍ତି ନ ହେଲେ ସ୍କୁଲରେ ତାଲା ଝୁଲିବ ବୋଲି ସରପଞ୍ଚ ମଞ୍ଜୁଳା କାଣ୍ଡିକି ଚେତାବନୀ ଦେଇଛନ୍ତି l ଏ ସମସ୍ୟାକୁ ନେଇ ମଙ୍ଗଳ ବିଭାଗର ଜିଲ୍ଲା ମଙ୍ଗଳ ଅଧିକରୀଙ୍କ ସହ ଜଗାଜଗ ହୋଇ ପାରିଲା ନାହିଁ ଏଣୁ ଜିଲ୍ଲା ଶିକ୍ଷା ନିରୀକ୍ଷକ ପଚାରିବାରୁ ସେ କହିଛନ୍ତି ଏ ସମସ୍ୟା ବିଷୟରେ ଅବଗତ ଅଛନ୍ତି, ଅତି ଶୀଘ୍ର ଶିକ୍ଷକ ନିଯୁକ୍ତି ହେବେ ବୋଲ ପ୍ରତିଶ୍ରୁତି ଦେଇଛନ୍ତି l କେବଳ ମିନରବାଲି ସେବାଶ୍ରମ ନୁହଁ ଜିଲାରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଯାହାକି ପୂରା ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେବାକୁ ବସିଛି। ପିଲାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ସରକାର ଠୋସ ପଦକ୍ଷେପ ନେବା ଜରୁରୀ ହୋଇପଡିଛି l