ଭୁବନେଶ୍ୱର – ଓୟୁଏଟି ଫାର୍ମରେ ବାର୍ଡଫ୍ଲୁ ହୋଇଥିବା ଘଟଣା ଉପରେ ଅନୁଧ୍ୟାନ କରିବାପାଇଁ କେନ୍ଦ୍ରୀୟ ଟିମ୍ ଗୁରୁବାର ଭୁବନେଶ୍ୱରରେ ପହଂଚିଛନ୍ତି ।
ପ୍ରାଣୀସମ୍ପଦ ବିଭାଗ ସଚିବ ଆର୍.ରଘୁପ୍ରସାଦ ପ୍ରଥମେ ଓୟୁଏଟି ଫାର୍ମ ଯାଇ ବାର୍ଡଫ୍ଲୁର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ତାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସିଡିବିଓ ଓ ବିଭିନ୍ନ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ । ସଚିବ ନିଜେ ପ୍ରତିଷେଧକ ପୋଷାକ ପିନ୍ଧି ଫାର୍ମକୁ ଯାଇଥିଲେ । ସେ କହିଛନ୍ତି ବାର୍ଡ ଫ୍ଲୁ ଅନ୍ୟ ସ୍ଥାନରେ ଦେଖା ଦେଇଥିବାର କୌଣସି ସୂଚନା ନାହିଁ । ଓୟୁଏଟି ଫାର୍ମ ରେ କୁକୁଡା ମରା ଅଭିଯାନ ଶେଷ ହୋଇଛି । ଫାର୍ମ ନିକଟ ବିଭିନ୍ନ ଅଂଚଳରେ ୫ ଟି ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି । କୁକୁଡା ମାରୁଥିବା ଲୋକଙ୍କୁ ପ୍ରତିଷେଧକ ଦିଆଯାଉଛି । ମୋବାଇଲ ଭ୍ୟାନ୍ ମାଧ୍ୟମରେ ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଛି ।
ଏହା ବ୍ୟତୀତ ଚିଲିକାକୁ ଆସିଥିବା ବିଦେଶାଗତ ପକ୍ଷୀ ମାନଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଛି ବୋଲି ସେ କହିଛନ୍ତି ।