
ଧର୍ମଶାଳା – କ୍ରୀଡାକୁ ମାଧ୍ୟମ କରି ଯୁବକମାନଙ୍କୁ ସଭାଜର ମୁଖ୍ୟ ସ୍ରୋତରେ ସାମିଲ କରି ଏକ ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ ରୋହାନୀ ସ୍ପୋର୍ଟ କ୍ଲବ’ ସଙ୍କଳ୍ପ ନେଇ ପ୍ରତି ବର୍ଷ ଚଳିତ ବର୍ଷ ଫ୍ରେବ୍ରୃଆରୀ ମାସ ୨୨ ତାରିଖରେ ବ୍ରହ୍ମବରଦା ଇଦଗାହ ପଡିଆରେ ୮ମ ବାଇର୍କ ସର୍ବଭାରତୀୟ ଦିବା ରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏନେଇ କ୍ଲବ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭଲିବଲ ଟିମ୍ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବାଙ୍ଗାଲୁର ସ୍ପୋର୍ଟ କ୍ଲବ କର୍ଣ୍ଣାଟକ,କଲିକତା ପୋଲିସ ପଶ୍ଚିମବଙ୍ଗ,ଇସ୍ଲାମିଆଁ କ୍ଲବ ଓଡିଶା ଓ ହରିଆନା ସ୍ପାଇକ୍ରର୍ସ ଚଣ୍ଡିଗଡ ଆଦି ଟିମ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ରାଜ୍ୟ ସ୍ତରୀୟ ରେଫେରୀ,ଭାଷ୍ୟକାରଭାବେ କ୍ରୀଡାବିତ୍ ଅମିୟ କୁମାର ପରିଡା ଓ ରବିନ୍ଦ୍ର ନାରାୟଣ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଅତିଥିଭାବେ ଯାଜପୁର ଜିଲା ସଭାପତି ଗୌତମ ରାୟ,ଧର୍ମ।।ଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ବରୀ ଯୁବ ବିଜେପି ନେତା ଉମେଶ ଜେନା ପ୍ରମୁଖ ଯୋଗ ଦେବା ନେଇ କ୍ଲବ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ପ୍ରତିଯୋଗିତା ଦିବା ସାଢେ ୨ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲୁ ରହିବ ଓ ବହୁ ସଂଖ୍ୟାରେ ଭଲିବଲ ପ୍ରେମୀ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବାକୁ ଆୟୋଜକ ରୋହାନୀ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଛି ।