
ନୂଆଦିଲ୍ଲ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା 4ଟା ବେଳେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ ଟେକ୍ସ-2025ରେ ଭାଗ ନେବେ । ଏହି ଅବସରରେ ସେ ଉପସ୍ଥିତ ଜନସମୂହକୁ ସଂବୋଧିତ କରିବେ । ଏଥିରେ 120ରୁ ଅଧିକ ଦେଶର ନୀତି ନିର୍ମାତା ଓ ବୈଶ୍ୱିକ ସିଇଓ, ପ୍ରଦର୍ଶକ, ଅନ୍ତର୍ଜାତୀୟ କ୍ରେତା ଭାଗ ନେବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶନିବାର ଏକ ବୟାନରେ କହିଛି ଯେ, ଭାରତ ଟେକ୍ସ 2025, ଏକ ବ୍ୟାପକ ସ୍ତରର ବୈଶ୍ୱିକ କାର୍ଯ୍ୟକ୍ରମ ଅଟେ, ଏବଂ ଏହାର ଆୟୋଜନ 14-17 ଫେବୃୟାରୀରେ ଭାରତ ମଣ୍ଡପମରେ କରାଯାଉଛି । ଏହା ଏକ ବିଶିଷ୍ଠ କାର୍ଯ୍ୟକ୍ରମ ଅଟେ, କାରଣ ଏହା କଂଚାମାଲରୁ ନେଇ ପ୍ରସ୍ତୁତ ଉତ୍ପାଦ ଯାଏ ସଂପୂର୍ଣ୍ଣ ବସ୍ତ୍ର ମୂଲ୍ୟ ଶୃଙ୍ଖଳାକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିଥାଏ । ଭାରତ ଟେକ୍ସ ପ୍ଲାଟଫର୍ମ କପଡା ଉଦ୍ୟୋଗର ସବୁଠୁ ବଡ ଓ ସବୁଠୁ ବ୍ୟାପକ ଆୟୋଜନ ଅଟେ, ଯେଉଁଥିରେ ଦୁଇଟି ସ୍ଥଳରେ ବ୍ୟାକ୍ତ ଏକ ମେଗା ଏକ୍ସପୋ ସାମିଲ ରହିଛି ।