ଭୁବନେଶ୍ୱର- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁର ଭୂତାଣୁ ଚିହ୍ନଟ ହୋଇଛି । ଏଥିରେ ବହୁ ସଂଖ୍ୟାରେ କୁକୁଡ଼ା ମରିଥିବାର ଜଣାପଡ଼ିଛି । ସମ୍ଭାବ୍ୟ ବାର୍ଡ ଫ୍ଲୁ ଭୂତାଣୁ ମଣିଷକୁ ସଂକ୍ରମିତ ନହେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ରାଜଧାନୀରେ ବାର୍ଡ ଫ୍ଲୁର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ଟିମ୍ ଆସନ୍ତାକାଲି ଭୁବନେଶ୍ୱରରେ ପହଂଚିବେ । ଏହି ଟିମ୍ ଓୟୁଏଟି ଫାର୍ମ ସମେତ ଏହାର ୧ କିମି ବ୍ୟାସାର୍ଦ୍ଧ ଅଂଚଳରେ ବୁଲି ଦେଖିବେ ।
ସମ୍ଭାବ୍ୟ ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଅଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏବେ ଓୟୁଏଟି ଫାର୍ମ ଓ ଏହାର ୧ କିମି ପରିଧି ମଧ୍ୟରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିବାବେଳେ ଏଥିରେ ନିୟୋଜିତ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସେମାନଙ୍କୁ ଟାମି ଫ୍ଲୁ ବଟିକା ନିୟମିତ ଖାଇବାକୁ ଦିଆଯାଉଛି ।
ବାର୍ଡ ଫ୍ଲୁ ସଂକ୍ରମଣ ପ୍ରତିରୋଧ ପାଇଁ ଓୟୁଏଟିର ୧୦ କିମି ପରିଧି ମଧ୍ୟରେ ଘରକୁ ଘର ବୁଲି ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସର୍ବେକ୍ଷଣ କରାଯାଉଛି । ଏଥି ସଙ୍ଗେ ସଙ୍ଗେ କ\’ଣ କରିବା ଉଚିତ ଏବଂ ଅନୁଚିତ ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ଓ ସମସ୍ତ ମେଡିକାଲ୍ କଲେଜ୍ ଓ ଏମସ୍ କର୍ତୃପକ୍ଷଙ୍କୁ ସତର୍କ ଓ ପ୍ରସ୍ତୁତ ରହିବା ସହିତ ଆଇସୋଲେସନ୍ ୱାର୍ଡର ସୁବିଧା ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ ଟିମ୍ ବାର୍ଡ ଫ୍ଲୁ ଆକ୍ରାନ୍ତ ଅଂଚଳକୁ ପରିଦର୍ଶନରେ ଅ ।