
ଭୁବନେଶ୍ୱର– ଆଜିଠୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ମତ୍ସ୍ୟ ପ୍ରାଣୀ ସମାବେଶ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ। ଏହା ପୂର୍ବରୁ ଆଜି ସକାଳୁ ସକାଳୁ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଓୟୁଏଟି ଭେଟନାରୀ କଲେଜଠାରୁ ଏହି ଶୋଭାଯାତ୍ରା ବରମୁଣ୍ଡା ବିଜୁ ପଟ୍ଟନାୟକ ପଡିଆ ପର୍ଯ୍ୟନ୍ତ ହୋଇଛି। ଯେଉଁଥିରେ ମତ୍ସ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଉପସ୍ଥିତ ରହିଥିଲେ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଏ ପଶୁପାଲନର ଏକ ମହାକୁମ୍ଭ ଭଳି ଅନୁଭବ ହେବ। ଓଡିଶାର୍ କୋଣ ଅନୁକୋଣରୁ ସଫଳ ଚାଷୀ ଆସି ତାଙ୍କ ଅନୁଭବ କହିବେ । ଦେଶ ବାହାରୁ ଅନେକ ମତ୍ସ୍ଚ ବିଜ୍ଞାନିଙ୍କ ସମାବେଶ ମଧ୍ୟ ରହିବ। ଯାହା ଓଡିଶା ଚାଷୀଙ୍କୁ ମଧ୍ୟ ଟିପ୍ସ ଯୋଗାଇବ।