ଭୁବନେଶ୍ୱର- ଲୋକସଭା ବାଚସ୍ପତି ତଥା ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀର ଅଧ୍ୟକ୍ଷ ଶ୍ରୀ ଓମ ବିର୍ଲା ବାଚସ୍ପତିମାନଙ୍କର ଏକ କମିଟି ଗଠନା କରିଛନ୍ତି । ସମ୍ବିଧାନର ଦଶମ ଅନୁସୂଚୀ ଓ ତତ୍ ସମ୍ପର୍କିତ ନିୟମାବଳୀ ଅନ୍ତର୍ଗତ ବାଚସ୍ପତିମାନଙ୍କର କ୍ଷମତାର ସମୀକ୍ଷା କରିବାକୁ ଏହି କମିଟି ଗଠିତ ହୋଇଛି ।
ଏହି କମିଟିରେ ରାଜସ୍ଥାନ ବିଧାନସଭାର ବାଚସ୍ପତି ଡ. ସି.ପି. ଜୋଷୀ ଅଧ୍ୟକ୍ଷ ଥିବାବେଳେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣା ପାତ୍ର ଏବଂ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଶ୍ରୀ ବିଶ୍ୱେଶ୍ୱର ହେଗ୍ଡ଼େ କାଗେରୀ ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାନସଭାଗୁଡ଼ିକର କାର୍ଯ୍ୟକୁ କାଗଜଶୂନ୍ୟ(ପେପରଲେସ) କରିବା ଉଦ୍ଦେଶ୍ୟରେ ଗଠିତ କମିଟିର ଅନ୍ୟତମ ସଦସ୍ୟ ଭାବେ ବାଚସ୍ପତି ଡ. ପାତ୍ର ଲୋକସଭା ବାଚସ୍ପତିଙ୍କ ଦ୍ୱାରା ପୂର୍ବରୁ ମନୋନୀତ ହୋଇଛନ୍ତି ।