
ଚଣ୍ଡୀଗଡ-ପଞ୍ଜାବ ପୋଲିସ ଅମୃତସର ସ୍ଥିତ ସୀମାବର୍ତ୍ତୀ ଅଞ୍ଚଳରେ 30 କିଲୋଗ୍ରାମ ହେରୋଇନ ଉଦ୍ଧାର କରିଛି।ଏହି ହେରୋଇନ ପାକିସ୍ଥାନରୁ ପଞ୍ଜାବ ପଠାଯାଇଥିଲା।ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ଆଜି ଏକ୍ସରେ ଏହି ସୁଚନା ଦେଇଛନ୍ତି।ସେ କହିଛନ୍ତି ଯେ ଚଳିତବର୍ଷ ନିଶା ପଦାର୍ଥର ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ ପୁନରୁଦ୍ଧାର।
ପୋଲିସ ମହାନିର୍ଦ୍ଦେଶକ ଯାଦବଙ୍କ ଅନୁସାରେ ହେରୋଇନର ଏହି ସାମଗ୍ରୀ ପାକିସ୍ଥାନରୁ ପଠାଯାଇଥିବା ଡ୍ରୋନ ମାଧ୍ୟମରେ ଘରିଣ୍ଡା ଥାନା ଅଞ୍ଚଳରେ ପକାଯାଇଥିଲା।ମୁଖବିରଙ୍କ ସୁଚନା ମୁତାବିକ ଅମୃତସର ଦେହାତ ପୋଲିସ ହେରୋଇନକୁ ଉଦ୍ଧାର କରି ଜଣେ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା।ଗିରଫ କରାଯାଇଥିବା ଏହି ବ୍ୟକ୍ତି ଦୀର୍ଘ ଦିନ ଧରି ଏହି କାମରେ ଜଡିତ ଥିବା କୁହାଯାଉଛି।ଏହି କଳା କାରବାରରେ ଆହୁରି ଅନେକ ଲୋକ ଜଡିତ ହୋଇପାରନ୍ତି।ଏହି ସମ୍ବନ୍ଧରେ ଏକ ଏଫଆଇଆର ଥାନା ଘରିଣ୍ଡାରେ ରେକର୍ଡ ହୋଇଛି।