
ଚଣ୍ଡିଗଡ-ପଞ୍ଜାବର ଶମ୍ଭୁ ଏବଂ ଖନୌରୀ ସୀମାରେ ଏକବର୍ଷ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦେଳନକାରୀ କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ସନ୍ଧ୍ୟା ପାଞ୍ଚଟା ପରେ ଚଣ୍ଡିଗଡରେ ପଞ୍ଚମ ଥର ଆଲୋଚନା ଆରମ୍ଭ ହେବ। ଏଥିରେ କୃଷକ ସଂଗଠନର 28 ନେତା ଅଂଶଗ୍ରହଣ କରିବେ। ସରକାର ଏବଂ କୃଷକଙ୍କ ମଧ୍ୟରେ ଏହି ଆଲୋଚନା ସେକ୍ଟର-26ରେ ହେବ। ଏହି ଆଲୋଚନାରେ ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ ରାଜନୈତିକ)ତରଫରୁ 81 ଦିନରୁ ଆମରଣ ଅନଶନ କରୁଥିବା ଜଗଜିତ ଡଲ୍ଲେୱାଲଏବଂ କୃଷକ ଶ୍ରମିକମୋର୍ଚ୍ଚା ସରୱଣ ପନ୍ଧେର ସ୍ୱତନ୍ତର ଭାବରେ ଅଂଶଗ୍ରହଣ କରିବେ।କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ରୀୟ ଖାଦ୍ୟମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ପଞ୍ଜାବ ସରକାରଙ୍କ ତରଫରୁ ମନ୍ତ୍ରୀ ଗୁରମୀତ ଖୁଡ୍ଡୀୟା ଅଂଶଗ୍ରହଣ କରିବେ।