
ବ୍ୟାଙ୍କକ– ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଥାଇଲଣ୍ଡରେ ଆୟୋଜିତ ପ୍ରେସମିଟକୁ ଭିସି ଜରିଆରେ ସଂବୋଧିତ କରିଛନ୍ତି । ଏହି ଅବସରରେ ସେ ଭଗବାନ ବୁଦ୍ଧଙ୍କ ବାର୍ତ୍ତା କଥା ଉଠାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ବିଶ୍ୱ ପରିବେଶ ସଙ୍କଟରେ ଘେରି ରହିଛି । ଭଗବାନ ବୁଦ୍ଧଙ୍କ ଶିକ୍ଷାରେ ପରିବେଶ ସଙ୍କଟର ସମାଧାନ ରହିଛି ।
ସେ କହିଛନ୍ତି ଯେ, ପରିବେଶ ସଙ୍କଟ ଓ ଚାପ ପରି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଭଗବାନ ବୁଦ୍ଧଙ୍କ ଶିକ୍ଷା ମିଶିଥାଏ । ତାଙ୍କ ସଂଯମର ସିଦ୍ଧାନ୍ତ ଆଜି ବୈଶ୍ୱିକ ଚ୍ୟାଲେଂଜ ସାମ୍ନା କରିବାରେ ଆମର ମାର୍ଗଦର୍ଶନ କରିଥାଏ । ଆଜି ସଂଘର୍ଷ ଦେଶ ଓ ଲୋକଙ୍କ ମଧ୍ୟରେ ନାହିଁ ବରଂ ଏହାଠାରୁ ଆଗକୁ ବଢି ପରିବେଶ ସଙ୍କଟ ଯାଏ ପହଂଚିଛି । ଏହାଦ୍ୱାରା ଆମର ଗ୍ରହ ପାଇଁ ବିପଦ ସୃଷ୍ଟି ହୋଇପାରେ । ହିନ୍ଦୁ ଧର୍ମ ବୌଦ୍ଧ ଧର୍ମ ଓ ଅନ୍ୟ ଏସିଆ ପରମ୍ପରା ଆମକୁ ଶିକ୍ଷା ଦେଇଥାଏ ଯେ, ଆମେ ନିଜକୁ ପରିବେଶରୁ ଭିନ୍ନ ନଦେଖି ଏହାର ଅଂଶ ମାନିବା ଆବଶ୍ୟକ ।