
ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ ଇସ୍ତମାପଡିଆ(କୋଠଡିହ ମଦିନାବାଗ୍) ଠାରେ ଚଳିତ ମାସ ୧୬ ତାରିଖ ଦିନ ମଦ୍ରାସା ଦାରୁଲ ଉଲୁମ୍ ପକ୍ଷରୁ ୨୭ ତମ ସାଲାନା ଜଲସା ଓ ଜସନେ ଦସ୍ତାରବନ୍ଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏନେଇ ଏକ ଶେଷ ପ୍ରସ୍ତୁତି ବୈଠକ ମଦ୍ରାସା ଦାରୁଲ ଉଲୁମ୍ ମହତମିମ୍ ପରିସରରେ ସଭାପତି ମୁଫ୍ତି ମହମ୍ମଦ ସନ୍ନାଉଲ୍ଲା କାଶ୍ମିଙ୍କ ତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ଅଂଚଳର ବରିଷ୍ଠ ମୁରବୀ ଓ ଯୁବ ସଂଗଠନ ଯୋଗ ଦେଇଥିଲେ । ଉତର ପ୍ରଦେଶର ଧର୍ମଗୁରୁ ମୌଲାନା ଅସହଦ୍ ରସିଦି ଅମିର ସରିଅଦ ଓ ଜେରେ ସଦାରତ୍ ହଜରତ ମୌଲାନା ଫାରୁକ ସାହେବ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହା ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲୁ ରହିବ । ଅନୁଷ୍ଠିତ ଏହି ଜଲସାରେ ଜିଲା ତଥା ଜିଲା ବାହାରୁ ବହୁ ଧର୍ମଗୁରୁଙ୍କ ସମେତ ଶହଶହ ସଂଖ୍ୟାରେ ବହୁ ଶ୍ରଦ୍ଧାଳୁ ଯୋଗ ଦେବେ । ଜନସମାଗମ ଦୃଷ୍ଟିରୁ ସ୍ଥାନୀୟ ଯୁବ ସଂଗଠକଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହି ବୈଠକରେ ମୌଲାନା ନସିରୁଲ ହସନ୍ କାଶ୍ମି,ହାଫିଜ ଇମାମ ଅକ୍ତର ଆଦିଲ ଫାରୁକି, ମୌଲାନା ସାବୁଦ୍ଧିନ , ସାହାଜାହ.ସେକ୍ ମଝର ବକ୍ସ,ସେକ୍ ଆୟୁବ୍ ଅଲ୍ଲୀ,ସେକ୍ ଆବୁ ବୁନିଆନ୍,ସେକ୍ ଅବୁଲ କଲାମ,ସେକ୍ ବାବୁଲି,ସେକ୍ ରିଜୁଆନ ଓ ସେକ୍ ଏହେମ୍ମଦଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ମୁରବୀ ଓ କର୍ମକର୍ତା ଯୋଗ ଦେଇଥିଲେ ।