
ଧର୍ମଶାଳା– ଯାଜପୁର ଟାଉନ-ବରୁହାଁ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ହିଟାଚି ମେସିନ୍ ଖରସ୍ରୋତା ସେତୁ ନିକଟରେ କାମକରୁ ଥିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ ହିଟାଚି ମେସିନର ଡ୍ରାଇଭର କୌଶଳ କ୍ରମେ ବାହାରକୁ ଚାଲି ଆସିଥିଲେ । ହିଟାଚି ଜଳିବା ଫଳରେ ସ୍ଥାନୀୟ ଲୋକେ ଦେଖିବାକୁ ରୁଣ୍ଡ ହୋଇଥିଲେ । ଖବର ପାଇ ବରୁହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ତେବେ ଏକ ବଡ ଦୁର୍ଘଟଣା ଟଳି ଯାଇଥିଲା । ତେବେ ଯାନ୍ତ୍ରୀକ ତୃଟି କିମ୍ବା ବ୍ୟାଟେରୀ ସର୍ଟ ସର୍କିଟରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।