
ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟା ତଥା ତତକାଳୀନ କୋଷାଧ୍ୟକ୍ଷା ପ୍ରେମଲତା ଜେନା(୭୦)ଙ୍କ ବିୟୋଗରେ ପ୍ରେସ କ୍ଲବ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରେସ କ୍ଲବର ଉପଦେଷ୍ଟା ବଟକୃଷ୍ଣ ପରିଡା, ଇନ୍ଦ୍ରମଣି ନାୟକ ଓ ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ ଯୋଗଦେଇ ଦିବାଙ୍ଗତ ସଦସ୍ୟା ପ୍ରେମଲତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସହ ସମ୍ପାଦକ ମାନସ ରଞ୍ଜନ ଜେନା, କୋଷାଧ୍ୟକ୍ଷ ଅଖିଳ କୁମାର ସ୍ୱାଇଁ, ସାଙ୍ଗଠନିକ ସମ୍ପାଦକ ପ୍ରଶାନ୍ତ ଗନ୍ତାୟତ, ବିବେକାନନ୍ଦ ରାୟ, ଅକ୍ଷୟ ରାଉତ,ବିକ୍ରମ ମହାନ୍ତି, ବିନୋଦ ସାହୁ, ବିନୋଦ ବିହାରୀ ପରିଡା, କପିଳେନ୍ଦ୍ର ରାଉତ, ଗିରିଧାରୀ ବେହେରା ଓ କିଶୋର କୁମାର ରାଉତଙ୍କ ସମେତ ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ସ୍ୱର୍ଗତା ଜେନାଙ୍କ ଫଟୋଚିତ୍ରରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଜୀବନୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।