ଭୁବନେଶ୍ୱର – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଜାତୀୟ ସ୍ମୃତି ଭାବେ ସଂରକ୍ଷିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଥିବାରୁ ଉତ୍କଳ ସମ୍ମିଳନୀ ଏହାକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ୫-ଟି ସଚିବଙ୍କୁ ଅଭିନନ୍ଦନ ଜଣାଇଛି । ନିକଟରେ ଉତ୍କଳ ସମ୍ମିଳନୀର ଏକ ପ୍ରତିନିଧି ଦଳ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ପରିଦର୍ଶନରେ ଯାଇ ତାହା ଅବହେଳିତ ଅବସ୍ଥାରେ ପଡ଼ିଥିବାର ଦେଖି କ୍ଷୋଭ ପ୍ରକାଶ କରିଥିଲେ । ଏହା ଅତିଶୀଘ୍ର ଉନ୍ନତି କରିବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ନେଇଥିବାରୁ ସମ୍ମିଳନୀ ପକ୍ଷରୁ ସମ୍ମିଳନୀର ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା, ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଧି, ଯୁଗ୍ମ ସମ୍ପାଦକ ଅଶୋକ କୁମାର ପାଲଟାସିଂହ, ବରିଷ୍ଠ ସାମ୍ବାଦିକ ନିମାଇଁ ଚରଣ ଦାସ, ଡ. ଦ୍ୱାରିକାନାଥ ମହାନ୍ତି ଓ ମହେଶ୍ୱର ବିଶ୍ୱାଳ ପ୍ରମୁଖ ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।
Related Stories
November 25, 2024