ଭୁବନେଶ୍ୱର: ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ଉପଲକ୍ଷେ ଆଜି ସକାଳ ୬ଟାରେ ଏକ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଓୟୁଏଟି ଭେଟେରିନାରୀ କଲେଜଠାରୁ ବରମୁଣ୍ଡା ବିଜୁପଟ୍ଟନାୟକ ପଡ଼ିଆ ପର୍ଯ୍ୟନ୍ତ ଏହି ୱାକାଥନ୍ ଆୟୋଜିତ ହୋଇଥିଲା । ମତ୍ସ୍ୟଚାଷ ଓ ପ୍ରାଣିପାଳନର ଉପାଦେୟତା ସମ୍ପର୍କରେ ଜନସଚେତନତା ପାଇଁ ପ୍ଲାକାର୍ଡ ମାଧ୍ୟମରେ ଅନେକ ବାର୍ତ୍ତା ଦିଆଯାଇଥିଲା ।
ଏହି ୱାକାଥନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ପ୍ରାଣିପାଳନ ଓ ପ୍ରାଣି ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।