![](https://indokalingtimes.com/wp-content/uploads/2025/02/c431df15796368ab1fe3dcf94daa3cfc_282465015-1024x576.jpg)
ଘଟଗାଁ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଧୀନରେ ଥିବା ମୁକ୍ତାପୁର ଆଶ୍ରମ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ପାଳନ କରିଛନ୍ତି ବାର୍ଷିକ ଉତ୍ସବ। ଉକ୍ତ ଉତ୍ସବରେ ମୁକ୍ତାପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ତିଳୋତମା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗ୍ରାମ ପଞ୍ଚାୟତ ଉଚ ବିଦ୍ୟାଳୟ ମୁକ୍ତାପୁର ପ୍ରଧାନ ଶିକ୍ଷକ ତ୍ରିଲୋଚନ ମହାନ୍ତ ଯୋଗଦେଇ ମଞ୍ଚର ଶୋଭା ବର୍ଦ୍ଧିତ କରିଥିଲେ।ଏହି ଉତ୍ସବ ରେ ମଞ୍ଚ ପରିଚାଳନା କରିଥିଲେ ବାଳମୁକୁଳି ଉ.ପ୍ରା. ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପାତ୍ର।ମୁକ୍ତାପୁର ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ତତ୍ୱାବଧନରେ ଅନୁଷ୍ଠିତ ଉତ୍ସବରେ ସମସ୍ତ ଶିକ୍ଷକ, ସି ସି ଏ, ଏଲ ସି ସି ଏ, ଏସ ଏମ ସି ସଭ୍ୟ ସଭ୍ୟା, ଏବଂ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ରହି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକକୁ ଉପଭୋଗ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ମହାନ୍ତ ଉପସ୍ଥିତ ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଶିକ୍ଷାର ମାନ ଓ ମହତ୍ୱ ବୁଝାଇବା ସହିତ ଆଗାମୀ ଦିନରେ ଗୁରୁ ଓ ବିଦ୍ୟାଳୟର ନାଁ ରଖିବା ଲାଗି ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ବିଦ୍ୟାଳୟ ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରିବାକୁ ପ୍ରତିଶୃତି ଦେଇଥିଲେ। ଶେଷରେ ବିଗତ ଦିନ ଗୁଡିକରେ ଖେଳ, କୁଦ, ନାଚ,ଗୀତ ଭଳି ପ୍ରତି ଯୋଗିତା ଗୁଡିକରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।