![](https://indokalingtimes.com/wp-content/uploads/2025/02/5f2608307ef42b0ac939c5ca71c3af7e_97851109.jpg)
ଜୟପୁର, ଜୟପୁର ଭିଜଲାନ୍ସ ପଞ୍ଝାରେ ଏଡିଇଓ ପାର୍ଥ ସାରଥି ବିଶୋଈ। କୋଟପାଡ଼ ବ୍ଲକ ର ବତାସନା ପଞ୍ଚାୟତରେ କାର୍ଯ୍ୟରତ ସେ। ଆୟ ବାହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭୋର୍ ରୁ ଭିଜଲାନ୍ସର ରେଡ଼ ଆରମ୍ଭ ହୋଇଛି। ଭିଜିଲାନ୍ସ ର ୭ଟି ଟିମ ଏକକାଳୀନ ଭାବେ ୪ଟି ସ୍ଥାନରେ ଚଢ଼ଉ କରିଛନ୍ତି । ବୋରିଗୁମ୍ମା ବ୍ଲକ ଚମ୍ପିଆ ସ୍ଥିତ ବସ ଭବନ, କାଜୁମିଲ ଏବଂ ବୋରିଗୁମ୍ମା ସହର ପାଇଲୁ ସାହିରେ ଥିବା ତାଙ୍କ ତିନି ମହଲା କୋଠ ସହ ବତାସନା ସରକାରୀ କାର୍ଯ୍ୟାଳୟରେ ବି ରେଡ଼ ଚାଲିଛି। ପାର୍ଥ ସାରଥୀ ବିଶୋଈ ୧୪ ବର୍ଷ ଧରି ଜିଆରଏସ ଭାବେ କାର୍ଯ୍ୟ କରିଥିବା ବେଳେ ଗତ ୬ ମାସ ତଳେ ସେ କୋଟପାଡ଼ ବ୍ଲକ ର ବତାସନା ପଞ୍ଚାୟତରେ ଏଡିଇଓ ଭାବେ ସ୍ଥାୟୀ କର୍ମଚାରୀ ହୋଇଥିଲେ। କମ ଦରମା ସ୍ଵତ୍ତ୍ୱେ ଅପର୍ଯ୍ୟାପ୍ତ ସମ୍ପତି, ଅନେକ କୋଠା ବାଡ଼ି, ଅନେକ ଦାମୀ ଗାଡି ତାଙ୍କ ପାଖରେ ଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପରେ ଆଜି ସକାଳ ଠାରୁ ଭିଜିଲାନ୍ସ ରେଡ଼ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬ଟି ପ୍ଲଟ ର ଡକୁମେଣ୍ଟ, ଜମି ପଟା ନଗଦ ୨ଲକ୍ଷ ୪୫ ହଜାର ଟଙ୍କା ୬ଟି ସୁନା ହାର ମିଳିଛି। ଜବତ ପ୍ଲଟ ପାଖାପାଖି କୋଟିଏ ଟଙ୍କା ହେବ l ନବରଙ୍ଗପୁରରେ ଥିବା ଗୋଟିଏ ପ୍ଲଟ ର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଭିଜଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ବି ରେଡ଼ ଜାରି ରହିଛି। ଏଡିଇଓ ପାର୍ଥ ସାରଥୀଙ୍କୁ ଜୟପୁରରେ ରଖି ଭିଜଲାନ୍ସ ଏସପି ଅଧିକ ପଚରା ଉଚାର କରୁଥିବା ସୂଚନା ମିଳିଛି । ଏହି ରେଡ଼ ରେ ୭ଟି ଟିମ ରେ ୬୦ ଜଣ ନିୟୋଜିତ ରହିଛନ୍ତି l