![](https://indokalingtimes.com/wp-content/uploads/2025/02/bb2b26d5a06864a5af8bcb6653e5910d_1152278762-1024x768.jpg)
ଗଂଜାମ, ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବ୍ରହ୍ମପୁର ଆକାଶ ବାଣୀ କେନ୍ଦ୍ର ପରିସରରେ ବିଶ୍ୱ ରେଡ଼ିଓ ଦିବସ ପାଳନ କରାଯାଇଥଲା । ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ସ୍ୱାଗତ ଅଭିଭାଷଣରେ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର ପ୍ରାକୃତିକ ଦୁଃରଦିନରେ ଯେତେବେଳେ ଅନ୍ୟ ସବୁ ସରବରାହ ସଂସ୍ଥା ନିଷ୍କ୍ରିୟ, କେଵଳ ରେଡ଼ିଓ ହିଁ ସୂଚନା ପ୍ରଦାନର ଏକ ମାତ୍ର ଓ ପ୍ରଧାନ ଉତ୍ସ ହୋଇଥାଏ ଓ ସବୁ ଶ୍ରେଣୀର ଲୋକଙ୍କ ପାଖରେ ଖବର, ସୂଚନା, ମନୋରଞ୍ଜନର ସୁଲଭ ମାଧ୍ୟମ ରେଡ଼ିଓର ଅବଦାନ ସମ୍ପର୍କରେ ଆଲୋକପାତ କରି ଏହି ବର୍ଷର ବାର୍ତ୍ତା “ରେଡ଼ିଓ ଓ ଜଳବାୟୁ ପରିବର୍ତନ ” ସମ୍ପର୍କରେ ମଧ୍ୟ ନିଜର ମତ ରଖିଥିଲେ । ସମ୍ପାଦକ ମହମଦ ଆସଲାମ ରେଡ଼ିଓ ର ଜନ୍ମ ଓ ଅର୍ଦ୍ଧ ଶତାବ୍ଦୀ ପୂର୍ବ ରେଡ଼ିଓର ଆକର୍ଷଣ, ପ୍ରତିଭା ସର୍ଜନା ଓ ଇତିହାସ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ଓ ବ୍ରହ୍ମପୁର କେନ୍ଦ୍ରକୁ ଚବିଶ ଘଣ୍ଟା କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାରପ୍ରାପ୍ତ କେନ୍ଦ୍ର ନିର୍ଦେଶକଙ୍କ ସମେତ ସର୍ବଶ୍ରୀ ଅଜିତ କୁମାର ଦାସ,ପି. ରାମ ବାବୁ ପ୍ରସନ୍ନ କୁମାର ଦାସ,ମନୋଜ କୁମାର ସାମଲ, ଲକ୍ଷ୍ମୀ ନାରାୟଣ ଦାସ,ସୁରେଶ ଚନ୍ଦ୍ର ତ୍ରିପାଠୀ,ସଞ୍ଜୟ କୁମାର ବିଶ୍ୱାଳ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,କୈଳାସ ଚନ୍ଦ୍ର ତ୍ରିପାଠୀ, ସୁରଥ କୁମାର ପଟନାୟକ, ତୋଫାନ ଗୌଡ଼,ସମୀର କୁମାର ଆଚାର୍ଯ୍ୟ,ମାନବେନ୍ଦୁ କେଶରୀ ଜେନା,ଵାଳ ମୁକୁନ୍ଦ ମହାପାତ୍ର,ଶ୍ରୀମତୀ ପଦ୍ମଜା ପାଣିଗ୍ରାହୀ, ରଶ୍ମିତା କୁମାରୀ ଦଳାଇ ପ୍ରମୁଖ
ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆକାଶବାଣୀର କର୍ମକର୍ତ୍ତାଙ୍କୁ ପୁଷ୍ପ ଗୁଛ ଉପହାର ଦିଆଯାଇ ସମ୍ବର୍ଦ୍ଧନା କରିବା ସହ ମିଷ୍ଟାର୍ଣ ବିତରଣ କରାଯାଇଥିଲା ।