![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ୱାଂଶିଟନ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ପୂରଣ କରି ଆମେରିକା ଗସ୍ତରେ ରାଜଧାନୀ ୱାଶିଂଟନ ଡିସିରେ ପହଂଚିଛନ୍ତି । ଏୟାରପୋର୍ଟରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । ଭାରତୀୟ ସମୟ ସକାଳ 5.32ରେ ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ ମୁଁ ୱାଶିଂଟନ ଡିସିରେ ଓହ୍ଲାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଓ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ବୁଝାମଣାକୁ ଆଗକୁ ବଢାଇବା ପାଇଁ ଆଗ୍ରହୀ । ଆମର ଦେଶ ନିଜ ଲୋକଙ୍କ ଲାଭ ଓ ଆମ ଗ୍ରହର ଉତମ ଭବିଷ୍ୟତ ପାଇଁ ମିଳିତ ଭାବେ କାମ କରିବୁ ।
ପ୍ରଧାନମନ୍ତ୍ରୀ ମୋଦି ଏଠାରେ ପହଂଚିବା ପରେ ଭାରତୀୟ ପ୍ରବାସୀମାନେ ବି ଜୋରଦାର ସ୍ୱାଗତ କରିଥିଲେ । ପିଏମ ମୋଦି ଏକ୍ସରେ ଲେଖିଛନ୍ତି ଯେ, ପ୍ରବଳ ଶୀତ ସତ୍ତ୍ୱେ ଉଷ୍ମତାପୂର୍ଣ୍ଣ ସ୍ୱାଗତ । ଶୀତ ସତ୍ତ୍ୱେ ୱାଶିଂଟନ ଡିସିରେ ଭାରତୀୟ ପ୍ରବାସୀମାନେ ମୋର ବହୁତ ବିଶେଷ ଭାବେ ସ୍ୱାଗତ କରିଛନ୍ତି । ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହାରି ମଧ୍ୟ ପିଏମ ମୋଦିଙ୍କର ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡଙ୍କ ସହ ସାକ୍ଷାତ ହୋଇଛି ।