![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଶ୍ରୀନଗର -ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶ୍ରୀନଗର 16ରୁ 22 ଫେବୃଆରୀ ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରରେ ହାଲୁକା ବର୍ଷାଏବଂ ବରଫପାତ ହେବାର ପୁର୍ବାନୁମାନ କରାଯାଇଛି। ପାଣିପାଗ ପୁର୍ବାନୁମାନ ଅନୁସାରେ 13-15 ଫେବୃଆରୀରେ ପାଣିପାଗ ସାମାନ୍ୟ ଭାବରେ ଶୁଷ୍କ ରହିବାର ଆଶଙ୍କା ରହିଛି।ତେବେ 16 ଫେବୃଆରୀରୁ ଆଂଶିକ ଭାବରେ ମେଘୁଆ ରହିବ ଏବଂ କେତେକ ସ୍ଥାନରେ ହାଲୁକା ବର୍ଷା ଏବଂ ବରଫପାତ ହେବ,ମୁଖ୍ୟତଃ ସନ୍ଧ୍ୟା ଏବଂ ରାତିରେ।17-18 ଫେବୃଆରୀରେ ମଧ୍ୟ ଆଂଶିକ ମେଘୁଆ ରହିବ ଏବଂ କେତେକ ସ୍ଥାନରେ ହାଲୁକା ବର୍ଷା ଏବଂ ବରଫପାତ ହେବାର ସମ୍ଭାବନା ଅଛି।
18 ଫେବୃଆରୀ ପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୁର୍ଣ୍ଣ ପାଣିପାଗ କାର୍ଯ୍ୟକଳାପ ଆଶା କରାଯାଏ ନାହିଁ।ତେବେ 19-20 ଫେବୃଆରୀରୁ ପାଣିପାଗ ସାମାନ୍ୟ ଭାବରେ ମେଘୁଆ ରହିବ ଏବଂ କିଛି ସ୍ଥାନରେ ହାଲୁକା ବର୍ଷା ଏବଂ ବରଫପାତ ହେବ।21-22 ଫେବୃଆରୀରେ ପାଣିପାଗ ଆଂଶିକ ଭାବରେ ମେଘୁଆ ରହିବ ଏବଂ କିଛି ସ୍ଥାନରେ ହାଲୁକା ବର୍ଷା ଏବଂ ବରଫପାତର ସମ୍ଭାବନା ରହିଛି।