ଭୁବନେଶ୍ୱର– ମହାକୁମ୍ଭରେ ନିଖୋଜ ମହିଳାଙ୍କୁ ପରିବାର ସହ ମିଶାଇଲେ ଓଏସଆରଟିସି କର୍ମଚାରୀ । ମହାକୁମ୍ଭକୁ ଯାଇ ପରିବାରଠୁଁ ଅଲଗା ହୋଇଯାଇଥିଲେ ମହିଳା। ପରିବାର ଲୋକେ ତାଙ୍କୁ ଖୋଜି ପାଉନଥିଲେ। ଓଏସଆରଟିସି କର୍ମଚାରୀ ତାଙ୍କୁ ସେଥି ଭେଟିବା ପରେ ଜାଣିବାକୁ ପାଇଥିଲେ ସେ ଓଡ଼ିଶାର। ମହିଳାଙ୍କ ପାଖରେ ଫୋନ କିମ୍ବା କୌଣସି ଯୋଗାଯୋଗର ମାଧ୍ୟମ ନଥିଲା । ତାଙ୍କ ଆଧାର କାର୍ଡ ଜରିଆରେ ମାଲକାନଗିରିର ଜାଣିବାକୁ ପାଇଲେ କର୍ମଚାରୀ। ଏହା ପରେ ମାଲକାନଗିରି ପ୍ରଶାସନ ସହଯୋଗରେ ମହିଳା ଜଣଙ୍କୁ ତାଙ୍କ ପରିବାର ସହ ମିଶାଇ ଦିଆଯାଇଛି।
ମାସ ଶେଷ ପର୍ଯ୍ୟନ୍ତ ମହକୁମ୍ଭ ଓ ଅଯୋଧ୍ୟାକୁ ବସ ଚଳାଚଳ କରୁଛି।ତେଣୁ ଯଦି ପରିବାର କେହି ସଦସ୍ୟ କୁମ୍ଭରେ ନିଖୋଜ ହେଇଛନ୍ତି ତେବେ ଓଏସଆରଟିସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଆଜି ପର୍ଯ୍ୟନ୍ତ ପ୍ରାୟ ୨୫୦୦ ଯାତ୍ରୀ ଓଏସଆରଟିସି ବସ ଦ୍ୱାରା କୁମ୍ଭ ଯାଇଛନ୍ତି। ୯ ଟି ଷ୍ଟପେଜରୁ ୧୭ଟି ବସ୍ ଯୋଗେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ୧୨ ଜାନୁୟାରୀ ରୁ ଅଯୋଧ୍ୟା ଓ ମହାକୁମ୍ଭ ପାଇଁ ବସ ବ୍ୟବସ୍ଥା ହେଇଛି।