
ଭୁବନେଶ୍ୱର– ସନା ମହାକୁଡ ଙ୍କ ନବୀନଙ୍କ ଜବାବ ତଲବ । ବିଧାନସଭାରେ ପାଦ ଦେଉ ଦେଉ ଚମ୍ପୁଆ ବିଜେଡ଼ି ବିଧାୟକଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ । ସନା ମହାକୁଡଙ୍କୁ ତାଗିଦ କଲେ ନବୀନ । ଗତକାଲି ବିଜେଡ଼ି ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲେ ବୋଲି ପ୍ରଶ୍ନ କଲେ ନବୀନ। ଉତ୍ତରରେ ସନା ଅସୁସ୍ଥତା କାରଣ ଦର୍ଶାଇଥିଲେ ମଧ୍ୟ ବିଜେପି ଆଡ଼କୁ ଯାଉଛନ୍ତି କି ବୋଲି କହି ତେରଛା ବାଣ ମାରିଥିଲେ ନବୀନ। ନବୀନଙ୍କୁ ସ୍ଵାଗତ ପାଇଁ ବିଜେଡ଼ି ବିଧାୟକମାନେ ବିଧାନସଭାରେ ଅପେକ୍ଷା କରିଥିବାବେଳେ ଏଭଳି ଦେଖିବାକୁ ମିଳିଥିଲା ।