![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ଯାଜପୁର ଜିଲ୍ଲାର ବରୀ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଆଧ୍ୟାପକ ଦୁଷ୍କର୍ମ ଉଦ୍ୟମ ଘଟଣାର 28 ଦିନ ପରେ କାହିଁକି ଅଭିଯୁକ୍ତକୁ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ। ଅଭିଯୁକ୍ତ ଅଧ୍ୟାପକ ବିଦ୍ୟାଧର ଧଳକୁ ଯଦି ଶୀଘ୍ର ଗିରଫ ନ କରାଯାଏ ତାହେଲେ ପୋଲିସ ଡିଜିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଆଗରେ ବିକ୍ଷୋଭ କରିବା ସହ ସାରା ଓଡିଶାରେ ନିଆଁ ଜାଳିବାର ଚେତାବନୀ ଦେଇଛି ସଂଗଠନ। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀ ରେ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିକ୍ରିୟା ରଖି ପୀଡିତା କହିଛନ୍ତି ଘଟଣାର ଏତେ ଦିନ ପରେ ତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ତାଙ୍କୁ ଧମକ ଦିଆଯାଉଛି। ଫଳରେ ସେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ତାଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି ପୀଡିତ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ।