କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ଫେବୁଆରୀ ମାସର ମିଳିତ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ତାରିଖ ସ୍ଥିରୀକୃତ କରାଯାଇଛି । ଏହି ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ନୀତିଶେଖର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣାଣୀ କରିବା ସହ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଫେବୁଆରୀ ୩ ତାରିଖ ୧୦ଟା ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ସେହିଭଳି ଫେବୁଆରୀ ୧୦ ତାରିଖ ମାର୍ଶାଘାଇ ବ୍ଲକ ଅଫିସ୍, ଫେବୁଆରୀ ୧୭ ତାରିଖ ଆଳି ବ୍ଲକ ଅଫିସ୍, ଫେବୁଆରୀ ୨୪ ତାରିଖ ମହାକାଳପଡା ବ୍ଲକ ଅଫିସ୍ରେ ବ୍ଲକସ୍ତରୀୟ ଶୁଣାଣୀ ଶିବିରର ଆୟୋଜନ କରାଯିବ । ଏ ସମସ୍ତ ଶୁଣାଣୀ ଶିବିର ଦିନ ୧୦ଟା ସମୟରୁ ଆରମ୍ଭ କରାଯିବ । ସଂପୃକ୍ତ ଅଂଚଳର ନାଗରିକମାନେ ଏହି ଶିବିରରେ ଯୋଗଦେଇ ନିଜ ନିଜର ଆପତି ଅଭିଯୋଗ ଉପସ୍ଥାପନ କରିପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ।
Related Stories
November 24, 2024