![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ମହାକୁମ୍ଭନଗର– ତୀର୍ଥରାଜ ପ୍ରୟାଗରାଜରେ ଚାଲୁଥିବା ବିଶ୍ୱର ସବୁଠୁ ବଡ ମେଳା ମହାକୁମ୍ଭର ଚତୁର୍ଥ ଅନ୍ତିମ ଅମୃତ ସ୍ନାନ ମାଘ ପୂର୍ଣ୍ଣିମା ଦିନ ବୁଧବାର ବ୍ରହ୍ମ ମୁହୂର୍ତ୍ତରୁ ସଙ୍ଗମର 40 ସ୍ନାନ ଘାଟରେ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ ରାତିରୁ ଲଗାତର ଭାବେ ସ୍ନାନ କରୁଛନ୍ତି । ଏଥର ଆଖଡା ଆଲଗା ଭାବେ ଅମୃତ ସ୍ନାନ କରୁନାହାନ୍ତି, ମାନ୍ୟତା ଅନୁସାରେ ହର-ହର ମହାଦେବର ଉଦଘୋଷ ସହିତ ଆଖଡା ଅନ୍ତିମ ତଥା ତୃତୀୟ ଶାହୀ ସ୍ନାନ ବସନ୍ତ ପଂଚମୀକୁ ପୂର୍ଣ୍ଣ କରି ସମସ୍ତ ଆଖଡାର ନାଗା, ସନ୍ନ୍ୟାସୀ ବାରଣାସୀରେ ପହଂଚି କାଶୀ ବିଶ୍ୱନାଥର ଜୟ ଜୟକାର କରୁଛନ୍ତି । ଏହି ଅମୃତ ସ୍ନାନରେ ଆଖଡା ସହିତ ପ୍ରମୁଖ ଲୋକ ହିଁ ମହାକୁମ୍ଭରେ ଉପସ୍ଥିତ ଅଛନ୍ତି । ତାଙ୍କ ତିନି ଅମୃତ ସ୍ନାନ ବସନ୍ତ ପଂଚମୀରେ ହିଁ ପୂର୍ଣ୍ଣ ହୋଇଛି ।
ମହାକୁମ୍ଭ 2025ରେ ପ୍ରଥମ ଥର ଏହା ଦେଖାଯାଉଛି ଯେ, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା ଓ ବସନ୍ତ ପଂଚମୀ ପରି ପ୍ରମୁଖ ସ୍ନାନ ପରେ ବି ମାଘ ପୂର୍ଣ୍ଣିମାରେ କୋଟି କୋଟି ଶ୍ରଦ୍ଧାଳୁ ଆସ୍ଥାର ବୁଡ ପକାଇବା ପାଇଁ ପ୍ରୟାଗରାଜ ସଙ୍ଗମରେ ପହଂଚୁଛନ୍ତି । ଦେଶର କୋଣ ଅନୁକୋଣରୁ ଏଠାରେ ପହଂଚୁଥିବା ଭିନ୍ନ ଭିନ୍ନ ବେଶଭୂଷା, ଭାଷା, ରଙ୍ଗଢଙ୍ଗର ଲୋକେ ଭାବନାତ୍ମକ ଏକତାର ପରିଚୟ ଦେଇଛନ୍ତି । ଅଧରାତିରୁ ସଙ୍ଗମରେ ଶ୍ରଦ୍ଧାଳୁମାନେ ବୁଡ ପକାଇବାରେ ଲାଗିଛନ୍ତି ।