![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ମୁମ୍ବାଇ-ଗୁଇଲେନ ବେରେ ସିଣ୍ଡ୍ରୋମରେ ମୁମ୍ବାଇରେ ପ୍ରଥମ ମୃତ୍ୟୁ ହୋଇଛି । ନାୟର ହସ୍ପିଟାଲରେ 53 ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ହେବା ପରେ ମୁମ୍ବାଇ ନଗର ନିଗମର କମିଶନର ଭୂଷଣ ଗଗରାନୀ ସହରର ସମସ୍ତ ବିଏମସି ହସ୍ପିଟାଲକୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁମ୍ବାଇ ନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ବୁଧବାର କହିଛନ୍ତି ଯେ, ଅନ୍ଧେରୀର ବାସିନ୍ଦା 53 ବର୍ଷୀୟ ବ୍ୟକ୍ତିଙ୍କୁ ଜାନୁୟାରୀ 23ରେ ନାୟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଥିଲା, ଏଥିପାଇଁ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଛି । ନାୟର ହସ୍ପିଟାଲରେ ପାଳଘରର ଜଣେ 16 ବର୍ଷୀୟ ଜିବିଏସ ପୀଡିତ ଝିଅର ଚିକିତ୍ସା ଚାଲିଛି ।
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଜିବିଏସ ପୀଡିତ ପ୍ରାୟ 197 ରୋଗୀଙ୍କ ଚିକିତ୍ସା ଚାଲିଛି ।