![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଫତେହପୁର– ଜିଲ୍ଲାରେ କଲ୍ୟାଣପୁର ଥାନା ଅନ୍ତର୍ଗତ କାନପୁର- ପ୍ରୟାଗରାଜ ଜାତୀୟ ରାଜପଥରେ ବୁଧବାର ଏକ ଟ୍ରାଭେଲର ବସ ସହ ଡମ୍ପରର ଧକ୍କା ହୋଇଛି । ଦୁର୍ଘଟଣାରେ 4ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ 17ଜଣ ଆହତ ହୋଇଛନ୍ତି । ଏମାନେ ସମସ୍ତେ ଟ୍ରାଭେଲରରେ ଦିଲ୍ଲୀରୁ ପ୍ରୟାଗରାଜ ଯାଉଥିଲେ । ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କାନପୁରରେ ହେଲଟ ହସ୍ପିଟାଲ ରେଫର କରାଯାଇଛି । ମୃତକଙ୍କ ଚିହ୍ନଟ କରାଯାଇଛି । ସେମାନେ ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ପ୍ରୟାଗରାଜ ଯାଉଥିଲେ । ଫତେହପୁରରେ କଲ୍ୟାଣପୁର ଥାନା ଅନ୍ତର୍ଗତ କାନପୁର ପ୍ରୟାଗରାଜ ନ୍ୟାସନାଲ ହାଇୱେ ସ୍ଥିତ ଦୁଧି କଗାର ମୋଡ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ଟ୍ରାଭେଲରକୁ ଧକ୍କା ଦେଇଥିଲା । ଏଥିରେ ଡ୍ରାଇଭର ସମେତ 4ଜଣଙ୍କର ମୃତ୍ୟୁ ହୋଇଛି ।