![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ବିଧାନସଭା ସୁରୁଖୁରୁରେ ହେବା ନେଇ ସବର୍ଦଳୀୟ ବୈଠକରେ ଆଲୋଚନା ହୋଇଛି । ଏଥର ବିଧାନସଭାରେ 28 ଟି କାର୍ଯ୍ୟ ଦିବସ ରହିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢି । ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନା କରିବେ । 17 ତାରିଖ ବଜେଟ ଉପସ୍ଥାପନା ସହିତ ଆପ୍ରପେଶନ ବିଲ ଆସିଵ । ସରକାରୀ ଓ ବେସରକାରୀ କାର୍ଯ୍ୟଦିବସ ରହିଛି । ଦୀର୍ଘ ଦିନ ଧରି ବିଧାନସଭାକୁ ଡିଜିଟାଇଜେସନ କରିବା ପାଇଁ ଚିନ୍ତା କରିଥିଲୁ ଆଜି ପେପର ଲେସ ବିଧାନସଭା ଉଦଘାଟନ ହୋଇଛି । ୱାନ ନେସନ ୱାନ ଆପ୍ଲିକେସନ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଛି । 17 ତମ ବିଧାନସଭା ଭାବେ ଓଡ଼ିଶା ବିଧାନସଭା ପେପର ଲେସ ହୋଇଛି । ଆଜି ଉଦଘାଟନ ପରେ ପରେ ଦିଲ୍ଲୀରୁ ଆସିଥିବା ନେଭା ଟିମ ଟ୍ରେନିଂ ଦେଇଥିଲେ ଆସନ୍ତାକାଲି ମଧ୍ୟ ଟ୍ରେନିଂ ଦିଆଯିବ । ବିଧାନସଭା ପରିସରରେ ନେଭା ଟିମ 3 ଟାରୁ 4 ଟା ସମୟରେ ଟ୍ରେନିଂ ଦେବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।