![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ମୋଦି କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଣେ ଦୂରଦର୍ଶୀ ବିଚାରକ ଥିଲେ, ଯିଏକି ନିଜକୁ ଭାରତର ସେବା ପାଇଁ ସମର୍ପିତ କରିଦେଇଥିଲେ । ସମାଜର ଅନ୍ତିମ ବ୍ୟକ୍ତଙ୍କ ଉତ୍ଥାନ ତାଙ୍କ ଦର୍ଶନ ଏକ ମଜବୁତ ରାଷ୍ଟ୍ର ଅଭିମୁଖେ ଆମର ଯାତ୍ରାକୁ ପ୍ରେରିତ କରିଥାଏ ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଆମେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଜ୍ଞାପନ କରିଥାଉ । ସେ ଜଣେ ଦୂରଦର୍ଶୀ ବିଚାରକ ଥିଲେ, ସେ ଭାରତର ସେବା ପାଇଁ ନିଜକୁ ସମର୍ପିତ କରିଦେଇଥିଲେ । ସମାଜର ଅନ୍ତିମ ବ୍ୟକ୍ତିର ଉତ୍ଥାନର ତାଙ୍କ ଦର୍ଶନ ଏକ ମଜବୁତ ରାଷ୍ଟ୍ର ଅଭିମୁଖେ ଆମର ଯାତ୍ରାକୁ ପ୍ରେରିତ କରିଥାଏ । ତାଙ୍କ ବଳିଦାନ ଓ ଆଦର୍ଶ ପ୍ରଗତି ଓ ଏକତାର ଆମର ସାମୁହିକ ମିଶନରେ ଏକ ମାର୍ଗଦର୍ଶକ ଶକ୍ତି ପାଲଟିଛି ।