
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାମିଲ ପର୍ବ ଥାଇପୁସମ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କୁ ଆନନ୍ଦମୟ ଏବଂ ମଙ୍ଗଳମୟ ଥାଇପୁସମର ଶୁଭକାମନା । ଭଗବାନ ମୁରୁଗନଙ୍କ ଦିବ୍ୟ କୃପା ଆମକୁ ଶକ୍ତି, ସମୃଦ୍ଧି ଓ ବୁଦ୍ଧି ପ୍ରଦାନ କରୁ । ଏହି ପବିତ୍ର ଅବସରରେ ମୁଁ ସମସ୍ତଙ୍କ ପାଇଁ ଖୁସି, ଉତମ ସ୍ୱାସ୍ଥ୍ୟ ଓ ସଫଳତା ପାଇଁ ପ୍ରାର୍ଥନା କରୁଛି । ଏହି ଦିନ ବମ ଜୀବନରେ ଶାନ୍ତି ଓ ସକରାତ୍ମକତା ବି ଆଣୁ ।