![](https://indokalingtimes.com/wp-content/uploads/2025/01/modi-01-1024x750.jpeg)
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି ଯେ, ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚାରେ ଫେବୃୟାରୀ 12ରେ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ଉପରେ ବିଶେଷ ଏପିସୋଡ ଦେଖାଯିବ । ଏଥିରେ ଅଭିନେତ୍ରୀ ଓ ମାନସିକ ସ୍ୱାସ୍ଥ୍ୟ ବକ୍ତା ଦୀପିକା ପାଦୁକୋନ ଏକ୍ଜାମ ୱାରିୟର୍ସଙ୍କ ସହିତ ଏହି ବିଷୟ ଉପରେ ତାଙ୍କ ବିଚାର ସେୟାର କରିବେ ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଏକଜାମ ୱାର୍ସୟର୍ସ ଯେଉଁ ସବୁ ସାଧାରଣ ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି, ସେଥିରେ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ବି ସାମିଲ ରହିଛି । ଏଥିପାଇଁ ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚାରେ ଏହି ବିଷୟରେ ବିଶେଷ ଭାବେ ସମର୍ପିତ ଏକ ଏପିସୋଡ ଅଟେ, ଯାହା କାଲି ଫେବୃୟାରୀ 12ରେ ପ୍ରସାରିତ ହେବ । ଆମ ସହିତ ଦୀପିକା ପାଦୁକୋନ ଅଛନ୍ତି, ଯିଏ ଏହି ବିଷୟକୁ ନେଇ ବହୁତ ଭାବୁକ ଅଟନ୍ତି ଏବଂ ଏହା ଉପରେ ଆଲୋଚନା କରୁଛନ୍ତି ।