![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ପୁରୀ– ପଞ୍ଜିକା ସମନ୍ୱୟ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ କୁମାର ପାଢୀ ଏନେଇ ସୂଚନା ଦେଇଛନ୍ତି ।
ଶ୍ରୀ ପାଢୀ କହିଛନ୍ତି ଯେ, ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ବୈଠକରେ ସହମତି ହୋଇଛି । ବିଶେଷ କରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ସେଗୁଡିକ ହେଲା ରାଧାରମଣ, କୋହେନୂର, ଅରୁଣୋଦୟ, ଭାଗ୍ୟଦୀପ ଏବଂ ବିଏନ ତ୍ରିପାଠୀ । ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ବୈଠକରେ ସମସ୍ତେ ସହମତ ହୋଇଥିଲେ । ଏନେଇ ଚିଠା ଅନୁମୋଦିତ ହୋଇଛି, କେହି ଭୁଲ୍ ତଥ୍ୟ ଦେବେନାହିଁ । ତେବେ ସହମତି ପରେ ଯଦି ବିଭ୍ରାନ୍ତିକର ତଥ୍ୟ ଦିଅନ୍ତି, ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।