![](https://indokalingtimes.com/wp-content/uploads/2025/02/WhatsApp-Image-2025-02-10-at-18.28.26-1024x683.jpeg)
ଦିନାଙ୍କ, ସୋମବାର ପ୍ରାତଃ ୯.୦୦ ଘଣ୍ଟା ସମୟରେ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ତ୍ରିଦିବସୀୟ ଖେଳକୁଦ କାର୍ଯ୍ୟକ୍ରମ ୨୦୨୫ ର ସମାପନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଡ0 ଶ୍ରୀ ଲଲନ ଶର୍ମା, ରାଷ୍ଟ୍ରୀୟ ଅଭିଯାନ ପ୍ରମୁଖ, ଏକଲ ଅଭିଯାନ, ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଖେଳ, ଯୁବ ବିଭାଗ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ ବାବୁ ସିଂହ, ବିଧାୟକ, ଏକାମ୍ର, ଭୁବନେଶ୍ୱର, ଶ୍ରୀ ଅନିଲ କୁମାର ବଂସଲ, ରାଷ୍ଟ୍ରୀୟ ଖେଳକୁଦ ପ୍ରଭାରୀ, ଅଭ୍ୟୁଦୟ ୟୁଥ୍ କ୍ଳବ୍, ଶ୍ରୀ ମନସୁଖ ଲାଲ୍ ସେଠିଆ, ସଂରକ୍ଷକ ଏକଲ୍ ଅଭିଯାନ ଓଡ଼ିଶା ଏବଂ ସହ ପ୍ରାନ୍ତ ସଂଘଚାଲକ ଓଡ଼ିଶା ପୂର୍ବ, ଶ୍ରୀ ଅଜୟ କୁମାର ଅଗ୍ରୱାଲ, ଅଧ୍ୟକ୍ଷ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ୨୦୨୫ ଏ ସମସ୍ତଙ୍କ କର କମଳରେ ମାଁ ଭାରତୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ଚ୍ଚନ ସମୟରେ ଶ୍ରୀହରି ସତସଙ୍ଗ ସମିତି ଦ୍ବାରା ସଞ୍ଚାଳିତ ବ୍ୟାସ କଥା ପ୍ରଶିକ୍ଷଣ କେନ୍ଦ୍ର ପୁରୀର ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସ୍ବସ୍ତି ବାଚନ ଓ ଭାରତ ସ୍ତୋତ୍ର ଆବୃତ୍ତି ସହିତ ଉଦଘାଟନ ହୋଇ ଯାଇଛି।
କାର୍ଯ୍ୟକ୍ରମ ଟି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରେ ଆରମ୍ଭ ହୋଇ ଥିଲା।ଏକଲ ଅଭିଯାନ ଅଭ୍ୟୁଦୟ ୟୁଥ୍ କ୍ଳବ୍ ମାଧ୍ୟମରେ ଚାଲିଥିବା ଖେଳକୁଦ ସମାରୋହରେ ଭାରତର ୨୩ ଟି ରାଜ୍ୟ ରୁ ବାଳକ ୬୦୦ ଜଣ, ବାଳିକା ୪୯୫ ଜଣ, ଆଚାର୍ଯ୍ୟ ଓ କାର୍ଯ୍ୟକର୍ତ୍ତା ମିଶି ୧୨୦୦ ଜଣ ପ୍ରତିଭାଗି ହୋଇ ଥିଲେ। ଗ୍ରାମାଞ୍ଚଳରେ ରହୁଥିବା ବାଳକ ବାଳିକା ଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଖୋଜି ଏକଲ ଅଭିଯାନ ଅଭ୍ୟୁଦୟ ୟୁଥ୍ କ୍ଲବ୍ ମାଧ୍ୟମରେ ଏକ ଯୋଗ୍ୟ ପ୍ଲାଟଫର୍ମ ଯୋଗାଇବାରେ ସଫଳ ହୋଇ ପାରିଛି। ଏଥିରେ ଆମର ପରମ୍ପରା ଗତ ଖେଳ ମାନଙ୍କ ମଧ୍ୟରେ ୧୦୦,୨୦୦,୪୦୦ ମିଟର ଦୌଡ଼ (ପୁଅ ଓ ଝିଅ), ଲମ୍ବ ଡିଆଁ (ପୁଅ ଓ ଝିଅ), କବାଡ଼ି ଖେଳ (ପୁଅ ଓ ଝିଅ), କୁସ୍ତି (୪୫,୪୮,୫୧, ଓ ୫୫ କେଜି କେବଳ ଭାଇ ମାନଙ୍କ ପାଇଁ) ଆଚାର୍ଯ୍ୟ ମାନଙ୍କ ପାଇଁ ଯୋଗାସନ ର ପ୍ରତିଯୋଗିତା ରଖା ଯାଇଥିଲା। ୯ ତାରିଖ ସନ୍ଧ୍ୟାରେ, ପୁରସ୍କାର ବିତରଣ ସମାରୋହରେ ଖେଳ ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଖେଳାଳୀ ମାନଙ୍କୁ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ଯୁବ କଲ୍ୟାଣ ଓ ଖେଳ ମନ୍ତ୍ରାଳୟ ଶ୍ରୀମତି ରକ୍ଷା ନିଖିଳ ଖଡ଼ସେ ଏବଂ କନ୍ଧମାଳ ଲୋକସଭା ସଦସ୍ୟ ଓ ଭାରତର ଖେଳ ପ୍ରାଧିକରଣ ର ସଦସ୍ୟ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ଙ୍କ ଦ୍ଵାରା ପୁରସ୍କାର ଓ ସମ୍ମାନିତ କରାଯାଇଥିଲା।
ଏହି ଖେଳ ପ୍ରତିଯୋଗିତାରେ ପୂର୍ବ ଉତ୍ତର ପ୍ରଦେଶ ସବୁଠାରୁ ଅଧିକ ପଦକ ପ୍ରଥମ ୧୧, ଦ୍ୱିତୀୟ ୦୨, ଓ ତୃତୀୟ ୦୨ ମୋଟ ୧୫ ଟି ଜିତି ଭାରତର ଶ୍ରେଷ୍ଠ ବିଜେତା ସମ୍ଭାଗ ରୂପେ ସମ୍ମାନିତ ହୋଇ ଥିଲେ। ଶ୍ରେଷ୍ଠ ଖେଳାଳୀ ରୂପେ ଦକ୍ଷିଣ ହିମାଚଳ ପ୍ରଦେଶରେ ର ଶ୍ରୀମାନ ଅଂଶୁ ଭରଦ୍ୱାଜ ଓ ପୂର୍ବ ଉତ୍ତର ପ୍ରଦେଶର ସୁଶ୍ରୀ ନେହା କୁମାରୀ, ସର୍ବାଧିକ ପଞ୍ଜିକରଣ ପାଇଁ ମଧ୍ୟ ଉତ୍ତର ପ୍ରଦେଶର ଅଭିଯାନ ପ୍ରମୁଖ ଶ୍ରୀ ସଞ୍ଜୟ ସୂର୍ୟା ଙ୍କୁ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟ ପ୍ରଦେଶ ରୁ ଯେଭଳି ଓଡ଼ିଶା ସମ୍ଭାଗ ୧୧ଟି ପ୍ରଥମ, ଦକ୍ଷିଣ ହିମାଚଳ ପ୍ରଦେଶ ଦ୍ୱିତୀୟ ୧୦, ତୃତୀୟ ୦୧, ଦକ୍ଷିଣ ଉତ୍ତର ପ୍ରଦେଶ ପ୍ରଥମ ୦୨, ଦ୍ୱିତୀୟ ୦୫, ତୃତୀୟ ୦୧, ବ୍ରଜମଣ୍ଡଳ ଦ୍ଵିତୀୟ ୧୦, ପଶ୍ଚିମବଙ୍ଗ ପ୍ରଥମ ୦୧ ଦ୍ଵିତୀୟ ୦୧, ପୂର୍ବ ପୂର୍ବୋତ୍ତର ପ୍ରଥମ ୦୨, ଦ୍ଵିତୀୟ ୦୧, ତୃତୀୟ ୦୧, ମହାରାଷ୍ଟ୍ର ପ୍ରଥମ ୦୩, ପଶ୍ଚିମ ଉତ୍ତର ପ୍ରଦେଶ ପ୍ରଥମ ୦୨, ଦ୍ଵିତୀୟ ୦୨, ପଶ୍ଚିମ ପୁର୍ବୋତ୍ତର ପ୍ରଥମ ୦୧, ତୃତୀୟ ୦୨, ଉତ୍ତରାଖଣ୍ଡ ଦ୍ୱିତୀୟ ୦୧, ଓ ତୃତୀୟ ୦୧, ମଧ୍ୟ ଉତ୍ତର ପ୍ରଦେଶ ପ୍ରଥମ ୦୧, ଦ୍ଵିତୀୟ ୦୧, ଜମ୍ମୁ ପ୍ରଥମ ୦୧, ମହାକୋଶଲ ପ୍ରଥମ ୦୧, ଉତ୍ତର ଝାଡ଼ଖଣ୍ଡ ଦ୍ଵିତୀୟ ୦୧, ଛତିଶଗଡ଼ ଦ୍ଵିତୀୟ ୦୧, ଉତ୍ତର ହିମାଚଳ ପ୍ରଦେଶ ତୃତୀୟ ୦୧, ପଞ୍ଜାବ ପ୍ରଥମ ୦୧, ଦ୍ଵିତୀୟ ୦୧, ଦକ୍ଷିଣ ବିହାର ତୃତୀୟ ୦୧, ଦକ୍ଷିଣ ଝାଡ଼ଖଣ୍ଡ ତୃତୀୟ ୦୧ ଆଦି ବିଜେତା ହୋଇ ନିଜ ରାଜ୍ୟର ନାମ ରଖିଥିଲେ।
ମାନନୀୟ ଲଲନ ଶର୍ମା ତାଙ୍କ ବୃତ୍ତ କଥନରେ
ଜଣାଇଥିଲେ ଯେ ମୋଟ ୨୫ ପ୍ରଦେଶରେ ଚାଲିଥିବା ଏକ ଲକ୍ଷ ଏକଲ ବିଦ୍ୟାଳୟ ଗ୍ରାମରୁ ଏଠାରେ ୨୩ ପ୍ରଦେଶରୁ ପ୍ରତିଭାଗୀ ହୋଇ ଥିଲେ। ବନାଞ୍ଚଳ ରୁ ଆସିଥିବା ଯୁବ ଖେଳାଳୀ ତାଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁଁ ବହୁତ ପ୍ରଭାବୀ ପ୍ରଦର୍ଶନ କରି ଛନ୍ତି। ପଶ୍ଚିମ ପୂର୍ବୋତ୍ତର ରୁ ଆସିଥିବା ଦିଗନ୍ତ ବୋରା (୧୬ ବର୍ଷ ଭିତରେ)ଲମ୍ବ ଡିଆଁ ରେ ୬.୧୧ମିଟର ଡେଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୮ ବର୍ଷ ଭିତରେ ବିଶ୍ଵ ରେକର୍ଡ କରିଥିବା ଖେଳାଳୀ ୬.୯୧ ମିଟର ଡେଇଁ ଛନ୍ତି । ଏହି ରେକର୍ଡ କୁ ଛୁଇଁବା ପାଇଁ ଆଉ ଗୋଟିଏ ପାଦ ବାକି ଅଛି। ଏକଲ ଅଭିଯାନ ଏଭଳି ପ୍ରତିଭାକୁ ଖୋଜି ବାହାର କରିବା ରେ ପ୍ରୟାସ ରତ ଅଛି।
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଆୟୋଜକ ମାନଙ୍କ ବହୁତ ପ୍ରସଂଶା କରି ଥିଲେ। ଭାରତର ପାରମ୍ପରିକ ଖେଳ ବିଷୟକୁ ଭାରତ ସରକାର ବହୁତ ମହତ୍ତ୍ଵ ଦେଉଛି। ତାର ଯୋଜନା ମଧ୍ୟ ପ୍ରସ୍ତୁତ କରି ଦେଇଛନ୍ତି। ଓଡ଼ିଶା ସରକାର ମଧ୍ୟ ଏହି ବିଷୟରେ ଧ୍ୟାନ ଦେଇ ଆଗାମୀ ଦିନରେ ବ୍ଲକ ସ୍ତର ପର୍ଯ୍ୟନ୍ତ ମିନି ଷ୍ଟାଡିୟମ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରୁଛି। ତୃଣ ମୂଳ ସ୍ତରରେ ସରକାରଙ୍କ ଖେଳ ରତ୍ନ (ଖେଳାଳୀ ଖୋଜିବା) ଯୋଜନା ରେ ଗ୍ରାମାଞ୍ଚଳରୁ ପ୍ରତିଭାବାନ ଖେଳାଳୀ ଙ୍କୁ ଖୋଜି ଦେଶ ଦୁନିଆଁ ରେ ପ୍ରତିଷ୍ଠିତ କରିବା ପାଇଁ କଟିବଦ୍ଧ ଅଟେ।
ମାନନୀୟ ମନସୁଖ ଲାଲ ସେଠିଆ ମୁଖ୍ୟ ବକ୍ତା ରୂପେ ଖେଳାଳୀ ଙ୍କୁ ପ୍ରୋତ୍ସାହିତ କରି ଅନେକତା ରେ ଏକତା ଭାରତର ବିଶେଷତା କୁ ଆଜି ଏକଲ ଅଭିଯାନ ସାକାର କରି ପାରିଛି ବୋଲି କହିଥିଲେ। ଓଡ଼ିଶା ର କାର୍ଯ୍ୟକୁ ସ୍ବାବଲମ୍ବୀ କରିବା ସହିତ ସୁଦୃଢ କରିବାକୁ ଆହ୍ବାନ କରି ଥିଲେ।
ମାନନୀୟ ସୂର୍ଯ୍ୟବଂଶୀ ସୁରଜ ଖେଳ,ଯୁବ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଜଣାଇଥିଲେ ଯେ ଦେଶ ବର୍ତ୍ତମାନ ପରମ୍ପରାଗତ ଖେଳ କୁ ବହୁତ ମହତ୍ତ୍ଵ ଦେଉଛି। ତା ପାଇଁ ବ୍ଲକ ସ୍ତର ପର୍ଯ୍ୟନ୍ତ ଆଗକୁ ହେଉଥିବା ମିନି ଷ୍ଟାଡିୟମ ମାନଙ୍କରେ ଅନ୍ତରାଷ୍ଟ୍ରୀୟ ସ୍ତର ର ବ୍ୟବସ୍ଥା ଯୋଗାଇ ଦେବା ସହିତ ଶାରୀରିକ କ୍ଷମତାର ବିକାଶ ପାଇଁ ସମସ୍ତ ପ୍ରକାର ସୁବିଧାମାନ ଯୋଗାଇ ଦେବାର ଅଛି। ଏକଲ ବିଦ୍ୟାଳୟ କୁ ଆସୁଥିବା ବାଳକ ବାଳିକା ଯେଉଁ ମାନେ ଆଗାମୀ ଦିନରେ ଖେଳକୁଦ ପ୍ରତି ଋଚି ବଢ଼ାଇବା ସହିତ ଲାଭ ପାଇ ପାରିବେ। ଶେଷରେ ତାଙ୍କ ଦ୍ଵାରା ତୃତୀୟ ରାଷ୍ଟ୍ରୀୟ ଖେଳକୁଦ ସମରୋହର ସମାପନ ଘୋଷଣା କରି ଥିଲେ।
ଶ୍ରୀ ଅଜୟ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରି ଥିଲେ ଓ ଶ୍ରୀମତି ଶାରଳା ଜଲାନ୍ ମାନନୀୟ ସୂର୍ଯ୍ୟବଂଶୀ ସୂରଜ ଯୁବ, ଖେଳ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓଡ଼ିଶା ସରକାର ଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରି ଥିଲେ।
ଶ୍ରୀମାନ ଦୀପ କୁମାର କେନ୍ଦ୍ରୀୟ ସହ ଅଭିଯାନ ପ୍ରମୁଖ ଙ୍କ ଦ୍ଵାରା ଧ୍ଵଜ ଅବତରଣ କରା ଯାଇଥିଲା। ଗୌରବର ବିଷୟ ଏହା ଯେ ଏହି ତ୍ରିଦିବସୀୟ ଖେଳକୁଦ ସମାରୋହକୁ ମହାମହିମ ରାଜ୍ୟପାଳ ଓଡ଼ିଶା, ଡ0 ହରି ବାବୁ କମ୍ଭମ୍ପତି ଉଦ୍ଘାଟନ କରି ଥିଲେ ଓ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମାପନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସମସ୍ତଙ୍କର ଉତ୍ସାହ ବର୍ଦ୍ଧନ କରି ଥିଲେ।
ଶ୍ରୀ ଅନିଲ ବନସଲ ଉପସ୍ଥିତ ମଞ୍ଚାସୀନ ଅତିଥି ମାନଙ୍କୁ କାର୍ଯ୍ୟକ୍ରମ ର ସଫଳତା ପାଇଁ ଧନ୍ୟବାଦ୍ ପ୍ରଦାନ କରିବା ସହିତ ଖେଲକୁଦରେ ସହଯୋଗ କରିଥିବା ଖେଳ ଶିକ୍ଷକ, ବ୍ୟବସ୍ଥାପକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସାନୁ ଦାସ,ଶ୍ରୀମତୀ ବିଜୟଲକ୍ଷ୍ମୀ ଦାସ, ଶ୍ରୀ ଅନିଲ ଅଗ୍ରୱାଲ, ଶ୍ରୀମତୀ ଶ୍ଵେତା ଅଗ୍ରୱାଲ, ଶ୍ରୀ ମାଧବେନ୍ଦ୍ର ସିଂହ, ଶ୍ରୀ ପ୍ରିୟ ରଞ୍ଜନ ଚୌଧୁରୀ, ସ୍ଵାତୀ ଦୁଗଡ, ରତନ ଜୈନ, ଅଶୋକ ଗାନ୍ଧୀ , ଅଶୋକ ମୁଦୁଲି, ଜୟଦେବ ସିଠ, ପ୍ରମୁଖ ସମିତି ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳ ସଞ୍ଚାଳନ କରିଥିଲେ। ଶେଷରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ପରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଥିଲା।