
ୱିଣ୍ଡହୋଏକ– ନାମିବିଆର ପ୍ରଥମ ରାଷ୍ଟ୍ରପତି ତଥା ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ନେତା ସ୍ୟାମ ନୁଜୋମାଙ୍କର 95 ବର୍ଷ ବୟସରେ ବିୟୋଗ ହୋଇଛି । ସେ ଶନିବାର ରାତି ୱିଣ୍ଡହକର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ନାଙ୍ଗୋଲୋ ମ୍ବୁମ୍ବା ରବିବାର ତାଙ୍କ ବିୟୋଗ ନେଇ ସୂଚନା ଦେବା ସହ ଏହି ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।
ନାଙ୍ଗୋଲୋ ମ୍ବୁମ୍ବା କହିଛନ୍ତି ଯେ, ନୁଜୋମାଙ୍କ ବିୟୋଗରେ ନାମିବିଆ ଗଣରାଜ୍ୟର ମୁଳଦୁଆ ଦୋହଲିଯାଇଛି । ଗତ ତିନି ସପ୍ତାହରୁ ନାମିବିଆ ଗଣରାଜ୍ୟର ପ୍ରତିଷ୍ଠାତାଙ୍କୁ ସ୍ୱାସ୍ଥ୍ୟ ବିଗିଡିବା କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ନୁଜୋମା ଆମର ମୁକ୍ତି ସଂଗ୍ରାମର ସବୁଠୁ ସଙ୍କଟ ସମୟରେ ନାମିବିଆବାସୀଙ୍କ ନେତୃତ୍ୱ ନେଇଥିଲେ ।