
ଭୁବନେଶ୍ୱର– ଆଜି ସନ୍ଧ୍ୟାରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ରାହତକର ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଶ୍ରୀମତୀ ରାହତକର ଓଡିଶା ରାଜ୍ୟ ମହିଳା ଆୟୋଗର ପ୍ରତିଷ୍ଠା ଦିବସରେ ଯୋଗ ଦେବେ। ଏହା ସହ ମାନବ ଚାଲାଣ ନିରାକରଣ, ଯୌନ ଉତ୍ପୀଡ଼ନ ବିରୋଧ ଆଇନ ଓ ବାଲ୍ୟ ବିବାହ ନିରାକରଣ ରେ ରାଜ୍ୟର ସ୍ଥିତି ବିଷୟରେ ସମୀକ୍ଷା କରିବେ।