![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ମହାକୁମ୍ଭନଗର– ପ୍ରୟାଗରାଜର ପବିତ୍ର ଧରାରେ ଆଜି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଦ ରଖିବେ ଏବଂ ଏହାର ଭବ୍ୟତା ଓ ଦିବ୍ୟତାର ସାକ୍ଷୀ ବନିବେ । ସେ 8ଘଂଟାରୁ ଅଧିକ ସମୟ ଯାଏ ପ୍ରୟାଗରାଜରେ ରହିବେ । ସେ ସଂଗମ ସ୍ନାନ ସହିତ ଅକ୍ଷୟବଟ ଓ ବଡ ହନୁମାନ ମନ୍ଦିରରେ ଦର୍ଶନ-ପୂଜନ କରିବେ । ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ରହିବେ ।
ରାଷ୍ଟ୍ରପତି ମୁର୍ମୁ ସକାଳେ ସଙ୍ଗମ ନିକଟରେ ପହଂଚି ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇବେ । ମା ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ୱତୀର ସଙ୍ଗମରେ ରାଷ୍ଟ୍ରପତି ଆସ୍ଥାର ବୁଡ ପକାଇ ସନାତନ ଆସ୍ଥାକୁ ମଜବୁତ ଆଧାର ଦେବେ । ଦେଶର ପ୍ରଥମ ନାଗରିକ ସଙ୍ଗମରେ ପବିତ୍ର ବୁଡ ପକାଇବାର ଏହା ଐତିହାସିକ ମୁହୂର୍ତ୍ତ ହେବ । ଏଠାରେ ସୂଚନାଯୋଗ୍ୟ ଏହାପୂର୍ବରୁ ଭାରତର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ ବି ମହାକୁମ୍ଭରେ ପବିତ୍ର ସ୍ନାନ କରିଥିଲେ ।