
ହଜାରିବାଗ-ପ୍ରୟାଗରାଜ କୁମ୍ଭମେଳାରେ ସ୍ନାନ ସାରି ଫେରୁଥିବା ବେଳେ ଭକ୍ତଙ୍କ ବୋଲେରୋ ଗାଡି ହଜାରିବାଗର ଚରହୀର ବିରସା ଅଞ୍ଚଳ ନିକଟରେ ସୋମବାର ସକାଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଏଥିରେ ତିନି ମହିଳାଙ୍କ ମୃତ୍ୟୁ ଘଟଣାସ୍ଥଳରେ ଘଟିଛି।ଯେତେବେଳେ ପାଞ୍ଚଜଣ ମହିଳା ସମେତ ଡ୍ରାଇଭର ଆହତ ହୋଇଛି। ଘଟଣାର ସୁଚନା ମିଳିବା ପରେ ଚରହୀ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଯାଞ୍ଚ କରି କରଶାବଙ୍କୁ ମେଡିକାଲ କଲେଜ ହସ୍ପିଟାଲ ହଜାରିବାଗ ପଠାଇଥିଲେ।ଆହତମାନଙ୍କୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ପୋଲିସ ଦ୍ୱାରା ଦିଆଯାଇଥିବା ସୁଚନାନୁସାରେ ଆଶାଦେବୀ,ସଞ୍ଜୁ ଦେବୀ,ସୋନୀ ଦେବୀଙ୍କ ମୃତ୍ୟୁ ଘଟିଛି ତିନିଜଣ ରାଞ୍ଚି ବାସିନ୍ଦା।